ଓଡିଶା

odisha

ETV Bharat / sitara

ପାଣି ସମସ୍ୟାକୁ ନେଇ ଚିନ୍ତାରେ ଅନୁରାଗ

ଭାରତରେ ବଢୁଥିବା ତାପମାତ୍ରାକୁ ନେଇ ଏକ ଆଶ୍ଚର୍ଯ୍ୟକର ରିପୋର୍ଟ ସାମ୍ନାକୁ ଆସିଛି । ଯାହାକୁ ଆଧାର କରି ଅନୁରାଗ କଶ୍ୟପ ସରକାରଙ୍କୁ ଏକ ଟ୍ବିଟ କରିଛନ୍ତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅନୁରାଗ କଶ୍ୟପ

By

Published : Jul 23, 2019, 9:18 PM IST

ମୁମ୍ବାଇ: ଭାରତରେ ଏହି ସମୟରେ କିଛି ସ୍ଥାନରେ ବନ୍ୟା ଯୋଗୁ ଅନେକ ଲୋକଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ଆଉ କିଛି ସ୍ଥାନରେ ମରୁଡିକୁ ନେଇ ହଟହଟା କୃଷକ । ଭାରତର ଦକ୍ଷିଣ ସ୍ଥାନରେ ପିଇବା ପାଣିର ସମସ୍ୟା ସବୁ ବର୍ଷ ଗ୍ରୀଷ୍ମ ଋତୁରେ ଦେଖିବାକୁ ମିଳିଥାଏ । କିନ୍ତୁ ଏବେ ଭାରତରେ ପାଣି ଅଭାବକୁ ନେଇ ଆମେରିକା ଚ୍ୟାନେଲର ଏକ ରିପୋର୍ଟ ସାମ୍ନାକୁ ଆସିଛି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ ।

ଫଟୋ ସୌଜନ୍ୟ: ଟ୍ବିଟର@ଅନୁରାଗ କଶ୍ୟପ

ଏହାକୁ ଆଧାର କରି ବଲିଉଡର ଲୋକପ୍ରିୟ ନିର୍ଦ୍ଦେଶକ ଅନୁରାଗ କଶ୍ୟପ ଟ୍ବିଟ କରିଛନ୍ତି । ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ସେ ନିଜ ଟ୍ବିଟରେ ଦେଶର ସରକାରଙ୍କୁ ନିଦରୁ ଉଠାଇବାକୁ ଚେଷ୍ଟା କରିଛନ୍ତି ।

ସେ ପିଏମଓକୁ ପୋଷ୍ଟରେ ଟ୍ୟାଗ କରି ଲେଖିଛନ୍ତି, "ଏହି ସମୟ ଶୋଇବାର ନୁହେଁ ଉଠିବାର ।" ବଲିଉଡକୁ ଅନେକ ହିଟ୍ ଫିଲ୍ମ ଦେଇଥିବା ଅନୁରାଗଙ୍କ ଏହି ପୋଷ୍ଟରେ ସୋସିଆଲ ମିଡିଆ ୟୁଜର୍ସ ନିଜ ନିଜ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି ।

ଆମେରିକା ଚ୍ୟାନେଲ ରିପୋର୍ଟ ଅନୁଯାୟୀ ଭାରତରେ ବର୍ଷା କମ ହେବାରୁ ଏବଂ ତାପମାତ୍ରା ବଢିବା ଯୋଗୁ ଆସନ୍ତା ବର୍ଷ ତଥା 2020 ଭାରତରେ ପାଖାପାଖି 21 ସହରରେ ଗ୍ରାଉଣ୍ଡ ୱାଟର ରହିବ ନାହିଁ । ସେହିଠାରେ ଏହି ଅନୁମାନ ମଧ୍ୟ କରାଯାଉଛି ଯେ 2030 ପର୍ଯ୍ୟନ୍ତ ଦେଶର 40 ପ୍ରତିଶତ ଭାଗରେ ପିଇବା ପାଣି ଶେଷ ହୋଇଯିବ । ଆମେରିକା ଚ୍ୟାନେଲର ଏହି ରିପୋର୍ଟକୁ ନିଜ ଟ୍ବିଟରରେ ପୋଷ୍ଟ କରି ଅନୁରାଗ ଆଗାମୀ ଭବିଷ୍ୟତକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ।

ଖାଲି ଏତିକି ନୁହେଁ ଆମେରିକା ଚ୍ୟାନେଲ ରିପୋର୍ଟରେ ଖୁଲାସା ହୋଇଛି ଯେ ପାଣି ସମସ୍ୟା ସହ ସମ୍ପୃକ୍ତ ହେବା ମାମଲାରେ ଭାରତ 122 ଦେଶ ମଧ୍ୟରେ 120ତମ ସ୍ଥାନରେ ଅଛି ।

ABOUT THE AUTHOR

...view details