ମୁମ୍ବାଇ: ନିକଟରେ ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦିଙ୍କୁ 49 ଜଣ କଳାକାର ଭିଡ ହତ୍ୟାକୁ ବିରୋଧ କରି ଚିଠି ଲେଖିଥିଲେ । ଯେଉଁ ଚିଠିରେ ବଲିଉଡର ପପୁଲାର ନିର୍ମାତା ଅନୁରାଗ କଶ୍ୟପ ତେଲୁଗୁ ନିର୍ଦ୍ଦେଶକ ମଣିରତ୍ନମ, ଅପର୍ଣା ସେନ, କୋଙ୍କଣା ସେନ ଶର୍ମା ସାଇନ କରିଥିଲେ । ସାମାଜିକ ପ୍ରସଙ୍ଗରେ ଖୁଲମଖୁଲା ନିଜ ପ୍ରତିକ୍ରିୟା ରଖୁଥିବା ଅନୁରାଗ ପୁଣି ଏବେ ଚର୍ଚ୍ଚାରେ ।
ଫଟୋ ସୌଜନ୍ୟ: ଟ୍ବିଟର@ଅନୁରାଗ କଶ୍ୟପ କଥାଟି ହେଲା କି ତାଙ୍କୁ ସୋସିଆଲ ମିଡିଆର ଜଣେ ୟୁଜରଙ୍କ ଠାରୁ ହତ୍ୟା ଧମକ ମିଳିଛି । ଯାହାର ଜବାବ ଦେବାକୁ ଆଦୌ ବିଳମ୍ବ କରିନଥିଲେ ଅନୁରାଗ ।
ହତ୍ୟା ଧମକ ପାଇବା ପରେ ଅନୁରାଗ ସଙ୍ଗେ ସଙ୍ଗେ ଏହି ଟ୍ବିଟକୁ ମୁମ୍ବାଇ ପୋଲିସକୁ ପଠାଇଥିଲେ । ସେପଟେ ପୋଲିସ ମଧ୍ୟ ତାଙ୍କ ଅଭିଯୋଗକୁ ଆଧାର କରି ତଦନ୍ତ ଆରମ୍ଭ କରିଦେଇଛି ।
ମୁମ୍ବାଇ ପୋଲିସ ଅନୁରାଗଙ୍କୁ ଜବାବ ଦେଇ ଲେଖିଛି, "ସାଇବର ପୋଲିସ ଷ୍ଟେସନକୁ ସେହି ୟୁଜରଙ୍କ ବିବରଣୀ ପଠା ଯାଇଛି । ଆଇନ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବା ପାଇଁ ଆପଣ ନିକଟତମ ପୋଲିସ ଷ୍ଟେସନରେ ଅଭିଯୋଗ ରୁଜୁ କରିବାର ଅନୁରୋଧ କରନ୍ତୁ"।
ଏହାପରେ ଅନୁରାଗ ମୁମ୍ବାଇ ପୋଲିସଙ୍କ ଏପରି ପଦକ୍ଷେପରେ ଧନ୍ୟବାଦ ଜଣାଇ ଏକ ଟ୍ବିଟ ମଧ୍ୟ କରିଛନ୍ତି । ଯେଉଁଥିରେ ଲେଖାଯାଇଛି, "ମୁଁ ମୁମ୍ବାଇ ପୋଲିସ, ମହାରାଷ୍ଟ୍ର ସାଇବର ସେଲ, ବ୍ରଜେଶ ସିଂହଙ୍କୁ ଏଫଆଇଆର ରୁଜୁ କରିବାରେ ମତେ ସାହାଯ୍ୟ କରିଥିବାରୁ ଧନ୍ୟବାଦ ଜଣାଉଛି । ଏହି ସମର୍ଥନ ପାଇଁ ବହୁତ ବହୁତ ଧନ୍ୟବାଦ । ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଧନ୍ୟବାଦ । ଦେବେନ୍ଦ୍ର ଫଡର୍ଣ୍ଣବିସ ଏବଂ ନରେନ୍ଦ୍ର ମୋଦି ସାରଙ୍କୁ ଧନ୍ୟବାଦ "।