ଓଡିଶା

odisha

ETV Bharat / sitara

ସୁଟର ଅବତାରରେ ତାପସୀ-ଭୂମି - saand ki aankh

ବି-ଟାଉନ ଅଭିନେତ୍ରୀ ତାପସୀ ପନ୍ନୁ ଓ ଭୂମି ପାଣ୍ଡେକରଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର । କାରଣ ଉଭୟ ଖୁବଶୀଘ୍ର ପରଦାରେ ଏକାଠି ନଜର ଆସି ଧମାଲ କରିବାକୁ ଯାଉଛନ୍ତି । ସେ ବି ଅନୁରାଗ କଶ୍ୟପଙ୍କ ଫିଲ୍ମରେ । ହେଲେ ପୂର୍ବରୁ ଏହି ଫିଲ୍ମର ନାମ ଓମନିୟାଂ ଥିବାବେଳେ ଏବେ ଏହାର ପରିବର୍ତ୍ତନ ହୋଇ ରିଲିଜ ହୋଇଛି ନୂଆ ଟାଇଟଲ ।

ଫଟୋ ସୌଜନ୍ୟ: ଏଏନଆଇ

By

Published : Feb 10, 2019, 1:39 PM IST



ମୁମ୍ବାଇ: ବି-ଟାଉନ ଅଭିନେତ୍ରୀ ତାପସୀ ପନ୍ନୁ ଓ ଭୂମି ପାଣ୍ଡେକରଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର । କାରଣ ଉଭୟ ଖୁବଶୀଘ୍ର ପରଦାରେ ଏକାଠି ନଜର ଆସି ଧମାଲ କରିବାକୁ ଯାଉଛନ୍ତି । ସେ ବି ଅନୁରାଗ କଶ୍ୟପଙ୍କ ଫିଲ୍ମରେ । ହେଲେ ପୂର୍ବରୁ ଏହି ଫିଲ୍ମର ନାମ ଓମନିୟାଂ ଥିବାବେଳେ ଏବେ ଏହାର ପରିବର୍ତ୍ତନ ହୋଇ ରିଲିଜ ହୋଇଛି ନୂଆ ଟାଇଟଲ ।

ଫିଲ୍ମଟି ଦୀର୍ଘଦିନ ପୂର୍ବରୁ ଫ୍ଲୋରକୁ ଆସିଥିଲେ ମଧ୍ୟ ଏହା ବିଷୟରେ କୌଣସି ଖବର ନମିଳିବାରୁ ଏହାକୁ ରଦ୍ଦ କରିଦିଆଯାଇଛି ବୋଲି କୁହାଯାଉଥିଲା । କିନ୍ତୁ ଏବେ ନିଜେ ଅନୁରାଗ କଶ୍ୟପ ତଥା ଫିଲ୍ମ କାଷ୍ଟମାନେ ସୋସିଆଲ ମିଡିଆରେ ଗୋଟିଏ ନୂଆ ଫଟୋ ପୋଷ୍ଟ କରି ଫିଲ୍ମର ନୂଆ ନାମ ଘୋଷଣା କରିଛନ୍ତି । ଆଉ ଫିଲ୍ମର ନାମ ରହିଛି 'ସାଣ୍ଡ କି ଆଁଖ' ।

ପ୍ରକାଶ ଥାଉକି, ଫିଲ୍ମର ନିର୍ଦ୍ଦେଶନା ତୁଷାର ହିରାନନ୍ଦନୀ ଦେଉଥିବା ବେଳେ ଏହାର କାହାଣୀ ଉତ୍ତରପ୍ରଦେଶର ସୁଟର ଚନ୍ଦ୍ରା ଓ ପ୍ରାକ୍ଷୀ ତୋମରଙ୍କ ଜୀବନକୁ ନେଇ ଆଧାରିତ । ଫିଲ୍ମର ସୁଟିଂ ଆଜିଠାରୁ ଆରମ୍ଭ ହୋଇଥିବାବେଳେ ପ୍ରଥମଥର ପାଇଁ ଉଭୟ ଭର୍ସାଟାଇଲ ଅଭିନେତ୍ରୀଙ୍କୁ ଏକାଠି ଦେଖିବାକୁ ପାଇବେ ଦର୍ଶକ ।

ତେବେ ତାପସୀଙ୍କ ଫିଲ୍ମ କଥା କହିବାକୁ ଗଲେ ସେ ନିକଟରେ ଫିଲ୍ମ 'ମିଶନ ମଙ୍ଗଳ'ର ସୁଟିଂ ସାରିଥିବା ବେଳେ ଅନ୍ୟ ଫିଲ୍ମ ଯଥା ତଡକା ଓ ବଦଲା ଭଳି କେତେକ ଫିଲ୍ମରେ ମଧ୍ୟ ନଜର ଆସିବେ । ଅନ୍ୟପକ୍ଷରେ ଭୂମି ଫିଲ୍ମ ସୋନ ଚିଡିୟାଂ, ତଖ୍ତ, ପତି ପତ୍ନୀ ଔର ବୋ, ବୋ ଚମକତେ ସିତାରେ ଆଦି ଫିଲ୍ମରେ ନଜର ଆସିବେ ।


For All Latest Updates

ABOUT THE AUTHOR

...view details