ଓଡିଶା

odisha

ଓସ୍କାରକୁ ନେଇ ଅନିଲ-ଅନୁରାଗଙ୍କ ଟ୍ବିଟର ୱାର

By

Published : Dec 7, 2020, 11:06 AM IST

Updated : Dec 7, 2020, 11:52 AM IST

ବଲିଉଡର ଦୁଇ ଏକେଙ୍କ ମଧ୍ୟରେ ବାକ୍ ଯୁଦ୍ଧ । କଥା କଟାକଟି ହେବାରେ ଲାଗିଛନ୍ତି ଏହି ଯୋଡି । ଟ୍ବିଟରରେ ଚାଲିଛି ଅନିଲ ଓ ଅନୁରାଗଙ୍କ ଯୁକ୍ତିତର୍କ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ଲୋକପ୍ରିୟ ଅଭିନେତା ଅନିଲ କପୁର ଓ ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପଙ୍କୁ ନେଇ ନୂଆ ଚର୍ଚ୍ଚା । ଦୁଇଜଣଙ୍କ ମଧ୍ୟରେ ବାକ୍ ଯୁଦ୍ଧ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ଟ୍ବିଟରରେ ପୁଣିଥରେ ଦୁଇଜଣଙ୍କ ଯୁକ୍ତିତର୍କ ଆରମ୍ଭ ହୋଇଛି । ମଜାକ ମଜାକରେ କରାଯାଇଥିବା ଟ୍ବିଟ ଏବେ ବ୍ୟକ୍ତିଗତ ରୂପ ନେଇଛି । ସେପଟେ ଫ୍ୟାନ୍ସ ବୁଝିପାରୁନାହାଁନ୍ତି ଯେ ଦୁଇଜଣଙ୍କ କାହିଁକି ଏପରି ଯୁକ୍ତିତର୍କ କରୁଛନ୍ତି । ତେବେ ଆସନ୍ତୁ ଜାଣିବା ଏହାର କାରଣ...

କଥାଟି ହେଲା ଯେ ଏହି ବାକ୍ ଯୁଦ୍ଧ ଅନିଲଙ୍କ ଏକ ଟ୍ବିଟରୁ ଆରମ୍ଭ ହୋଇଥିଲା । ଯେଉଁଥିରେ ସେ ନେଟଫ୍ଲିକ୍ସର ପପୁଲାର ଶୋ ‘ଦିଲ୍ଲୀ କ୍ରାଇମ’ ଉପରେ ଏକ ଟ୍ବିଟ କରିଥିଲେ । ଏମିର ବେଷ୍ଟ ଡ୍ରାମା ସିରିଜ ଜିତିବା ପରେ ସେ ଅଭିନେତ୍ରୀ ଶେଫାଳି ଶାହଙ୍କୁ ହଲିଉଡରେ ସ୍ବାଗତ ଜଣାଇଥିଲେ । ସେହିପରି ସେ ଟ୍ବିଟରେ ଲେଖିଥିଲେ, ‘ମୁଁ ଏହାକୁ ଥରେ କହିଛି ଏବଂ ମୁଁ ଏହା ପୁଣି କହିବି କାରଣ ସେଗୁଡ଼ିକ ସମ୍ପୂର୍ଣ୍ଣ ମୂଲ୍ୟବାନ । ଦିଲ୍ଲୀ କ୍ରାଇମ ଟିମକୁ ଅଭିନନ୍ଦନ । ଏହା ଭଲ ଥିଲା ଯେ ଶେଷରେ ଆମ ଅଧିକ ଅନ୍ତର୍ଜାତୀୟ ମାନ୍ୟତା ପାଇଲେ ।’ ହେଲେ ଅନିଲଙ୍କୁ ଏହା ଜଣାନଥିଲା ଯେ ସେପଟେ ଅନୁରାଗ ତାଙ୍କୁ ଟାର୍ଗେଟ କରିବାକୁ ଅନାଇବସିଛନ୍ତି ।

ଟ୍ବିଟ ଭାଇରାଲ ହେବା ମାତ୍ରେ ଏହାର ଜବାବ ଦେଇ ଅନୁରାଗ ତାଙ୍କୁ ପ୍ରଶ୍ନ କରିଥିଲେ, ‘କିଛି ଯୋଗ୍ୟା ଲୋକଙ୍କୁ ଅନ୍ତରାଷ୍ଟ୍ରୀୟ ମାନ୍ୟତା ପ୍ରାପ୍ତ କରୁଥିବାର ଦେଖି ଖୁସି ଲାଗିଲା । ହେଲେ ତୁମର ଓସ୍କାର କେଉଁଠାରେ ଅଛି ? ନାହିଁ । ଆଚ୍ଛା ନୋମିନେସନ ।’

ଅନିଲ ମଧ୍ୟ କେଉଁ ଛାଡିବା ବ୍ୟକ୍ତି ସେ ମଧ୍ୟ ଟ୍ବିଟ କରି କହିଥିଲେ, ‘ଆପଣ ଓସ୍କାରର ସବୁଠାରୁ ନିକଟତର ଥିଲ । ସ୍ମମଡଗ ମିଲିୟନେୟରକୁ ଟିଭିରେ ଓସ୍କାର ଜିତୁଥିବାର ଦେଖିକି । ହେଲେ ତୁମ ଦ୍ବାରା ହୋଇପାରିବ ନାହିଁ ।’ ଏହାର ଜବବା ମଧ୍ୟ ଦେଇଛନ୍ତି ଅନୁରାଗ ।

ପ୍ରକାଶ ଥାଉକି ଏସବୁ ଟ୍ବିଟରେ ବିରକ୍ତ ହୋଇ ଅନୁରାଗଙ୍କୁ କଡା ପରର୍ମଶ ଦେଇଛନ୍ତି ଅନିଲ । ଆଉ କହିଛନ୍ତି, ‘ବେଟା ଆପଣଙ୍କୁ ମୋ ଭଳି କ୍ୟାରିୟର ଗଢିବାକୁ ଗମ୍ଭୀର କୌଶଳର ଆବଶ୍ୟକ ଅଛି । ଏମିତି ମୋ ଗାଡି 40 ବର୍ଷରୁ ଚାଲୁନାହିଁ । ଦ ରିୟଲ ଏକେ ।’

Last Updated : Dec 7, 2020, 11:52 AM IST

ABOUT THE AUTHOR

...view details