ଓଡିଶା

odisha

ETV Bharat / sitara

ହେଟର୍ସଙ୍କୁ ଅନୁପମଙ୍କ କଡା ଜବାବ - ସିଏଏ ଓ ଏନଆରସି ବିରୋଧ ପ୍ରଦର୍ଶନ

ନୂଆ ଟ୍ବିଟକୁ ନେଇ ଚର୍ଚ୍ଚାରେ ଅଭିନେତା ଅନୁପମ ଖେର। ତାଙ୍କୁ ସୋସିଆଲ ମିଡିଆରେ ଖରାପ କହୁଥିବା ଲୋକଙ୍କୁ ସେ ଟ୍ବିଟ କରି କଡା ଜବାବ ଦେଇଛନ୍ତି।

anupam kher
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅନୁପମ ଖେର

By

Published : Jan 25, 2020, 6:08 PM IST

ମୁମ୍ବାଇ: ନିକଟରେ ଫେମସ ଅଭିନେତା ଅନୁପମ ଖେର ଓ ନାସିରୁଦ୍ଦୀନ ଶାହଙ୍କ ମଧ୍ୟରେ ସିଏଏ ଓ ଏନଆରସିକୁ ନେଇ ମୁହାଁମୁହିଁ ହୋଇଥିଲା। ନାସିରୁଦ୍ଦୀନ ଏହି ମାମଲାରେ ଅନୁପମଙ୍କୁ ଜୋକର କହିଥିଲେ । ତାଙ୍କ ଏପରି କମେଣ୍ଟରେ ପଲଟା ଜବାବ ଦେବାକୁ ଯାଇ ଏକ ଭିଡିଓ ସେୟାର କରି ଅନୁପମ ତାଙ୍କୁ ଫ୍ରଷ୍ଟ୍ରେଟେଡ ବ୍ୟକ୍ତି କହିଥିଲେ। ଇତିମଧ୍ୟରେ ଅନୁପମ ଆଉ ଏକ ଟ୍ବିଟକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି।

ସେ ଏକ ଜବରଦସ୍ତ ଟ୍ବିଟ କରି ହେଟର୍ସଙ୍କୁ କଡା ଜବାବ ଦେଇଛନ୍ତି। ସେ ପୋଷ୍ଟରେ ଲେଖିଛନ୍ତି, ‘ନାଁ ମୁଁ ପଡିଛି, ନାମ ମୋ ଆଶାର ମୀନାର ଗଳି ପଡିଛି। ହେଲେ କିଛି ଲୋକ ମତେ ତଳେ ପକାଇବାରେ ଅନେକ ଥର ତଳେ ପଡିସାରିଲେଣି ।’ ଅନୁପମ ଟ୍ବିଟ ଜରିଆରେ ସେମାନଙ୍କୁ କଡା ଜବାବ ଦେଇଛନ୍ତି, ଯିଏ ତାଙ୍କ ବିଷୟରେ ଖରାପ ଗପୁଛନ୍ତି ଏବଂ ତାଙ୍କୁ ପସନ୍ଦ କରୁନାହାଁନ୍ତି।

ଫଟୋ ସୌଜନ୍ୟ: ଟ୍ବିଟର@ଅନୁପମ ଖେର

ବର୍ତ୍ତମାନ ତାଙ୍କ ଫ୍ୟାନ୍ସଙ୍କୁ ଏହି ଟ୍ବିଟ ଖୁବ୍ ପସନ୍ଦ ଆସିଛି। ତାଙ୍କ ଟ୍ବିଟରେ ଫ୍ୟାନ୍ସଙ୍କ କମେଣ୍ଟର ବନ୍ୟା ଦେଖିବାକୁ ମିଳୁଛି। ନିକଟରେ ଅନୁପମ ଓ ନାସୀରୁଦ୍ଦୀନଙ୍କ ମଧ୍ୟରେ ସିଏଏ ଓ ଏନଆରସି ମାମଲାରେ ବାକ୍ଯୁଦ୍ଧ ଦେଖିବାକୁ ମିଳିଥିଲା । କିଛି ବଲିଉଡ କଳାକାର ଅନୁପମଙ୍କୁ ସପୋର୍ଟ ମଧ୍ୟ କରିଥିଲେ ।

ABOUT THE AUTHOR

...view details