ମୁମ୍ବାଇ: କିଛି ଦିନରୁ ସୋସିଆଲ ମିଡିଆରେ ଅଭିନେତ୍ରୀ ତଥା ବିଜେପି ସାଂସଦ କିରନ ଖେର ଅସୁସ୍ଥ ଥିବା ଖବର ଭାଇରାଲ ହେବାରେ ଲାଗିଛି । ନିକଟରେ ତାଙ୍କ କ୍ୟାନ୍ସର କଥା ସାମ୍ନାକୁ ଆସିଥିଲା। ଯାହାପାଇଁ ସେ ବର୍ତ୍ତମାନ କ୍ୟାନ୍ସରର ଚିକିତ୍ସା କରାଉଛନ୍ତି । ସେପଟେ ପତ୍ନୀଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ମିଥ୍ୟା ଖବରକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଅଭିନେତା ଅନୁପମ ଖେର ।
କିରନଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଗୁଜବ ପ୍ରଚାର କରନ୍ତୁ ନାହିଁ: ଅନୁପମ
ଭାଇରାଲ ହେଲା କିରନଙ୍କ ନୂଆ ଫଟୋ । ଲୋକଙ୍କୁ ଅନୁରୋଧ କଲେ ଅନୁପମ । କହିଲେ ମୋ ପତ୍ନୀଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ମିଥ୍ୟା ପ୍ରଚାର କରନ୍ତୁ ନାହିଁ । ଅଧିକ ପଢନ୍ତୁ...
ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଲେଖିଛନ୍ତି, ‘କିରନଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଅନେକ ମିଥ୍ୟା ଖବର ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି । ଏହାସହ ସେ ଭ୍ୟାକ୍ସିନର ଦ୍ବିତୀୟ ଟିକା ମଧ୍ୟ ନେଇଛନ୍ତି । ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଦୟା କରି ତାଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ କୌଣସି ନକାରାତ୍ମକ ଖବର ପ୍ରଚାର କରନ୍ତୁ ନାହିଁ । ଧନ୍ୟବାଦ । ସୁରକ୍ଷିତ ରୁହନ୍ତୁ ।’
ପ୍ରକାଶ ଥାଉକି କ୍ୟାନ୍ସର ଖବର ଆସିବା ପରଠୁ କିରନଙ୍କ କୌଣସି ଫଟୋ ଦେଖିବାକୁ ମିଳିନଥିଲା । ହେଲେ ଏବେ ଭାଇରାଲ ହେଉଛି ତାଙ୍କ ନୂଆ ଫଟୋ । ଭ୍ୟାକ୍ସିନ ନେବା ସମୟରେ ସାମ୍ନାକୁ ଆସିଲା ତାଙ୍କ ଫଟୋ ।