ମୁମ୍ବାଇ: ବହୁପ୍ରତୀକ୍ଷିତ ଅଯୋଧ୍ୟା ବିବାଦ ମାମଲାର ପ୍ରକାଶ ପାଇଛି ଚୂଡାନ୍ତ ରାୟ। ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ବରେ ଗଠିତ 5 ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏହି ମାମଲାର ରାୟ ଶୁଣାଇଛନ୍ତି। ହେଲେ ଏ ମାମଲାର ରାୟ ଆସିବାର କିଛି ମିନିଟ ପୂର୍ବରୁ ବଲିଉଡର କଣ୍ଟ୍ରୋଭର୍ସି ଅଭିନେତ୍ରୀ ସ୍ବରା ଭାସ୍କର ଟ୍ବିଟ କରି ଲୋକଙ୍କୁ ଶାନ୍ତି ଏବଂ ଧୈର୍ଯ୍ୟ ରଖିବାକୁ ଅପିଲ କରିଥିଲେ। ସ୍ବରା ନିଜ ଭାବନାକୁ ବ୍ୟକ୍ତ କରିବା ପାଇଁ ଏକ ଲୋକପ୍ରିୟ ଭଜନର ଦୁଇ ଲାଇନ ଲେଖିଛନ୍ତି।
ସେ ଟ୍ବିଟରରେ ଏକ ପୋଷ୍ଟ କରି ଲେଖିଛନ୍ତି, ‘ରଘୁପତି ରାଘବ ରାଜା ରାମ... ସବ କୋ ସନମତି ଦେ ଭଗବାନ।’ ଯାହାର ଅର୍ଥ ହେଲା ଈଶ୍ବର ସମସ୍ତଙ୍କୁ ସଦବୁଦ୍ଧି ଦିଅନ୍ତୁ । ଏହି ଭଜନଟି ଦୁନିଆକୁ ଅହିଂସାର ପାଠ ପଢାଇଥିବା ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ପସନ୍ଦୀୟ ଭଜନ ଥିଲା।