ମୁମ୍ବାଇ: ଲୋକପ୍ରିୟ ଭଜନ ସମ୍ରାଟ ଅନୁପ ଜଲୋଟାଙ୍କୁ ଆଇସୋଲେସନରେ ବର୍ତ୍ତମାନ ରଖାଯାଇଛି। ସେ ୟୁରୋପ ଯାତ୍ରା କରି ଭାରତ ଫେରିଛନ୍ତି। ମୁମ୍ବାଇ ଏୟାରପୋର୍ଟରୁ ତାଙ୍କୁ ଏକ ହୋଟେଲକୁ ନିଆଯାଇଥିଲା । ଏବେ ତାଙ୍କୁ ଆଉ ଦୁଇ ଦିନ କଡା ସୁରକ୍ଷାରେ ରଖାଯିବ। କୋରୋନା ଭାଇରସ ଭୟ ପାଇଁ ବିଦେଶରୁ ଫେରୁଥିବା ଯାତ୍ରୀଙ୍କୁ ସିଧା ଆଇସୋଲେସନରେ ରଖାଯାଇଛି।
ବିଦେଶରୁ ଫେରି ଆଇସୋଲେସନରେ ଅନୁପ ଜଲୋଟା
କୋରୋନା ଭାଇରସ ପାଇଁ ଦେଶରେ କଡା ସୁରକ୍ଷା ନିଆଯାଉଛି । ପୁରା ବିଶ୍ବରେ ଏହି ଭାଇରସକୁ ନେଇ ଭୟଭିତ ଜନସାଧାରଣ। ଦିଲୀପ କୁମାରଙ୍କ ପରେ ଅନୁପ ଜଲୋଟାଙ୍କୁ ଆଇସୋଲେସନରେ ରଖାଯାଇଛି।
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅନୁପ ଜଲୋଟା
ଏହି ମାମଲାରେ ଅନୁପ କହିଛନ୍ତି ଯେ କୋରୋନା ଭାଇରସକୁ ଦୃଷ୍ଟିରେ ରଖି ତାଙ୍କୁ ଆଇସୋଲେନ ପାଇଁ ରଖାଯାଇଛି। ବର୍ତ୍ତମାନ ସେ ରହୁଥିବା ହୋଟେଲରେ 60ରୁ ଅଧିକ ବୟସ୍କ ଲୋକଙ୍କ ଉପରେ କଡା ନଜର ରଖାଯାଇଛି । ସେହିପରି ତାଙ୍କ ବୟସ 66 ବର୍ଷ।
ପ୍ରକାଶ ଥାଉକି ଚୀନରେ ଆରମ୍ଭ ହୋଇଥିବା କୋରୋନା ଭାଇରାସ ଧିରେ ଧିରେ କରି ଅନେକ ଦେଶରେ ବ୍ୟାପିସାରିଲାଣି । ଭାରତରେ ଏଯାବତ 126 କେସ ମାମଲା ସାମ୍ନାକୁ ଆସିଛି। ସେଲିବ୍ରିଟି ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରି ଜନସାଧାରଣଙ୍କୁ ସୁରକ୍ଷିତ ରହିବାକୁ ପରାର୍ମଶ ଦେବାରେ ଲାଗିଛନ୍ତି।