ଓଡିଶା

odisha

ETV Bharat / sitara

ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଇସ୍ତଫାରେ କାନ୍ଦି ପକାଇଲେ ନିର୍ଦ୍ଦେଶକ ଅନୁଭବ - ‘ଆର୍ଟିକଲ 15’ ନିର୍ଦ୍ଦେଶକ ଅନୁଭବ ସିହ୍ନାଙ୍କ ନୂଆ ଟ୍ବିଟ

କଂଗ୍ରେସର ବହୁ ପୁରୁଣା ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଇସ୍ତଫାରେ ଆଶ୍ଚର୍ଯ୍ୟ ଦେଶବାସୀ । ବୁଧବାର ସେ ବିଜେପିରେ ସାମିଲ ହୋଇଛନ୍ତି। ତାଙ୍କ ଏପରି ନିଷ୍ପତ୍ତିରେ ଟ୍ବିଟ କରି ପ୍ରତିକ୍ରିୟା ରଖିଛନ୍ତି ଫିଲ୍ମ ନିର୍ମାତା ଅନୁଭବ ସିହ୍ନା ।

anubhav sinha tweet
ଡିଜାଇନ ଫଟୋ

By

Published : Mar 11, 2020, 11:15 PM IST

ମୁମ୍ବାଇ: ମଙ୍ଗଳବାର ରାହୁଲ ଗାନ୍ଧୀଙ୍କ ନିକଟତର ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ବର୍ତ୍ତମାନ ମଧ୍ୟପ୍ରଦେଶରେ ହାଇଭୋଲଟେଜ ଡ୍ରାମା ଦେଖିବାକୁ ମିଳୁଛି। କଂଗ୍ରେସର ବହୁ ପୁରୁଣା ନେତା ଜ୍ୟୋତିରାଦିତ୍ୟଙ୍କ ଇସ୍ତଫାକୁ ନେଇ ଆଶ୍ଚର୍ଯ୍ୟ ଜନତା। ସେ ବୁଧବାର ବିଜେପ ମଙ୍ଗ ଧରିଛନ୍ତି। ତାଙ୍କ ଇସ୍ତଫା ଉପରେ ବି-ଟାଉନର ଫେମସ ନିର୍ଦ୍ଦେଶକ ଅନୁଭବ ସିହ୍ନା ପ୍ରତିକ୍ରିୟା ରଖିଛନ୍ତି।

ଫଟୋ ସୌଜନ୍ୟ: ଟ୍ବିଟର@ଅନୁଭବ ସିହ୍ନା

‘ଆର୍ଟିକଲ 15’ ନିର୍ଦ୍ଦେଶକ ଅନୁଭବ ଗୋଟିଏ ପରେ ଗୋଟି ଟ୍ବିଟ କରି ଜ୍ୟୋତିରାଦିତ୍ୟଙ୍କୁ ଟାର୍ଗେଟ କରିଛନ୍ତି । ତାଙ୍କ ଅନୁଯାୟୀ ଦେଶରେ ନିର୍ବାଚନ ବନ୍ଦ କରି IPL Auction ଆରମ୍ଭ କରିଦେବା କଥା।

ଫଟୋ ସୌଜନ୍ୟ: ଟ୍ବିଟର@ଅନୁଭବ ସିହ୍ନା

ଅନୁଭବ ପ୍ରଥମ ଟ୍ବିଟରେ ଲେଖିଛନ୍ତି, ‘ନିର୍ବାଚନ ବନ୍ଦ କରାଯିବା କଥା। IPL Auction ଭଳି କିଛି ଆରମ୍ଭ କରିବା ଦରକାର । ନିର୍ବାଚନରେ ଟଙ୍କା ବି ବଞ୍ଚିଯିବ ଆଉ ଆମର ସମୟ। ଅନେକ ଭାଷଣ, ରାଲି ମଧ୍ୟ କରିବାକୁ ପଡିବ ନାହିଁ । ଦେଶ ସେବାରେ ସ୍ବୟଂକୁ ସମର୍ପିତ କରିବା ପାଇଁ ସମୟ ବି ପାଖରେ ରହିବ। ଠିକ ଅଛି ?’

ଫଟୋ ସୌଜନ୍ୟ: ଟ୍ବିଟର@ଅନୁଭବ ସିହ୍ନା

ସେହିପରି ଦ୍ବିତୀୟ ଟ୍ବିଟରେ ସେ ଲେଖିଛନ୍ତି, ‘କମାଲର କଥା । ପ୍ରତି ମାସରେ ଆମ ଦ୍ବାରା ଚୟନ ହୋଇଥିବା ନେତାଙ୍କୁ ବସରେ ଭର୍ତ୍ତି କରାଯାଇ Full public viewରୁ ଲୁଚାଯାଇଥାଏ । କାରଣ ସେ ବିକ୍ରି ନହେଉଯାଆନ୍ତୁ। ଟିଭିରେ ତାଙ୍କ ଉପରେ ଚର୍ଚ୍ଚା ହୋଇଥାଏ । ଆମେ ସବୁବେଳେ ଦେଖୁ । ନେତା ବସ ଝରକା ପଟେ victory sign ଦେଖାଆନ୍ତି । ଯେମିତି ଏହା କହୁଥିବାର ନଜର ଆସନ୍ତି ଏଥର ବିକ୍ରି ହେବୁ ନାହିଁ ଆମେ । Next Time । ଆଉ ସିନ୍ଧିଆ ସାହେବ କହୁଛନ୍ତି ତାଙ୍କୁ ଦେଶ ଓ ସମାଜର ସେବା କରିବାକୁ ସୁଯୋଗ ମିଳୁନାହିଁ । ଆଖିରେ ଲୁହ ଆସିଗଲା ମୋର। ସତରେ ଏତେ କମିଟେଡ ଲୋକଙ୍କୁ ସୁଯୋଗ ମିଳୁନାହିଁ ଦେଶରେ।’

ପ୍ରକାଶ ଥାଉକି ଜ୍ୟୋତିରାଦିତ୍ୟ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ପଠାଇଥିବା ନିଜ ଇସ୍ତଫାରେ ଲେଖିଥିଲେ ଯେ ତାଙ୍କ ଅନୁଯାୟୀ ସବୁଠାରୁ ଭଲ ହେବ ଯେ ସେ ନୂଆ ଆରମ୍ଭ ସହ ଆଗକୁ ବଢିବେ।

ABOUT THE AUTHOR

...view details