ଓଡିଶା

odisha

ETV Bharat / sitara

ବିସ୍କୁଟ ପାଇଁ ବିହାରରେ ଧସ୍ତାଧସ୍ତି, ସରକାରଙ୍କୁ ଅନୁଭବଙ୍କ ଟାର୍ଗେଟ - ବିହାରର କଟିହାର ଷ୍ଟେସନର ଏକ ଭିଡିଓ ଭାଇରାଲ

ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଶ୍ରମିକ, ଦିନ ମଜୁରିଆଙ୍କ ଦୁଃଖଭରା ଭିଡିଓ । ଯାହାକୁ ଆଧାର କରି ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଫିଲ୍ମନିର୍ମାତା ଅନୁଭବ ସିହ୍ନା ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

By

Published : May 15, 2020, 4:09 PM IST

ମୁମ୍ବାଇ: ଦେଶରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ସରକାର ଦେଶରେ ପୁଣିଥରେ ଲକଡାଉନ ବ୍ୟବସ୍ଥା ବଢାଇବା ପାଇଁ ଯୋଜନା ଚଳାଇଛନ୍ତି। ଏମିତି ପରିସ୍ଥିତିରେ ପ୍ରବାସୀ ମଜୁରିଆଙ୍କୁ ଘରେ ପହଞ୍ଚାଇବା ପାଇଁ କିଛି ଶ୍ରମିକ ଏକ୍ସପ୍ରେସ ଚଳାଚଳ ଆରମ୍ଭ ହୋଇଯାଇଛି । ଦେଶର ପ୍ରଥମ ଲକଡାଉନ ସମୟରେ ଅନେକ ଶ୍ରମିକ ହଜାର ହଜାର କିଲୋମିଟର ଚାଲି ଚାଲି ନିଜ ଘରକୁ ଯାଉଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଥିଲା । ଚାଲି ଚାଲି ଯାଉଥିବା ସମୟରେ ଶ୍ରମିକଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି। ଆଉ ଏବେ ବିହାରର କଟିହାର ଷ୍ଟେସନର ଏକ ଭିଡିଓ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛି। ଯାହା ଉପରେ ଲୋକପ୍ରିୟ ନିର୍ଦ୍ଦେଶକ ଅନୁଭବ ସିହ୍ନାଙ୍କ ପ୍ରତିକ୍ରିୟା ଦେଖିବାକୁ ମିଳୁଛି।

ଫଟୋ ସୌଜନ୍ୟ: ଟ୍ବିଟର@ଅନୁଭବ ସିହ୍ନା

ଭାଇରାଲ ହେଉଥିବା ଭିଡିଓରେ କିଛି ଲୋକ ବିସ୍କୁକ୍ଟ ନେବା ପାଇଁ ପରସ୍ପର ସହ ଲଢୁଥିବାର ନଜର ଆସୁଛନ୍ତି। ଭିଡିଓଟିକୁ ସେୟାର କରି ଟ୍ବିଟରରେ ଅନୁଭବ ଲେଖିଛନ୍ତି, ‘ସେହି 20 ଲକ୍ଷ କୋଟିରୁ ପ୍ରାୟ 1 ହଜାର 15 ଶହ ଏଠାକୁ ପଠାନ୍ତୁ । ମୁଁ ଅନୁଭବ କରୁଛି ଯେ ମୋ ସହିତ ଅନେକ ଭାରତୀୟ ଅଛନ୍ତି, ଯେଉଁମାନେ ଯୋଗଦାନରେ ଅଧିକ ଖୁସି ହେବେ। ହେଲେ ଆମକୁ ଅସ୍ବୀକାରରୁ ବାହାରିବାକୁ ପଡିବ ଏବଂ ଏହାକୁ ସ୍ବୀକାର କରିବା ଦରକାର ଅଛି ଯେ ସେମାନଙ୍କୁ ଆମ ସାହାଯ୍ୟର ଆବଶ୍ୟକ ଅଛି।’

ଭିଡିଓ ସୌଜନ୍ୟ: ଟ୍ବିଟର@ଅନୁଭବ ସିହ୍ନା

ଏହି ଟ୍ବିଟ ଜରିଆରେ ସେ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ତାଙ୍କ ଏପରି ଟ୍ବିଟକୁ ଅନେକ ଲୋକ ସମର୍ଥନ ମଧ୍ୟ କରିଛନ୍ତି । ଖାଲି ଏତିକି ନୁହେଁ ଏହାପୂର୍ବରୁ ମଧ୍ୟ ସେ ଅନେକ ପ୍ରସଙ୍ଗରେ ନିଜ ପ୍ରତିକ୍ରିୟା ଦେଇସାରିଛନ୍ତି ।

ABOUT THE AUTHOR

...view details