ଓଡିଶା

odisha

ETV Bharat / sitara

ଜାଏରାଙ୍କ ସମର୍ଥନରେ 'ଆର୍ଟିକଲ 15' ନିର୍ମାତା

ନିର୍ଦ୍ଦେଶକ ଅନୁଭବ ଜାଏରାଙ୍କୁ ନେଇ ଦେଇଛନ୍ତି ବଡ ବୟାନ । ତାଙ୍କୁ ତାଙ୍କ ନିଷ୍ପତ୍ତିରେ ଛାଡି ଦେବାକୁ କହିଲେ ଅନୁଭବ ।

By

Published : Jul 5, 2019, 1:09 PM IST

ଡିଜାଇନ ଫଟୋ

ମୁମ୍ବାଇ: କିଛି ଦିନ ହେବ ଦଙ୍ଗଲ ଗାର୍ଲ ଜାଏରା ୱାସୀମଙ୍କ ବଲିଉଡ ଛାଡିବା ନିଷ୍ପତ୍ତି ବଡ ଚର୍ଚ୍ଚାର ବିଷୟ ପାଲଟିଛି । ହଠାତ୍ ତାଙ୍କର ଏପରି ନିଷ୍ପତ୍ତିରେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ବି-ଟାଉନ କଳାକାର । ଆଉ ସୋସିଆଲ ମିଡିଆରେ ଜାଏରାଙ୍କ ନିଷ୍ପତ୍ତି ନେଇ ନିଜ ନିଜ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି ଷ୍ଟାର୍ସ । ଏହି ତାଲିକାରେ ଏବେ ସାମିଲ ହୋଇଛନ୍ତି 'ଆର୍ଟିକଲ 15' ନିର୍ମାତା ଅନୁଭବ ସିହ୍ନା ।

ସେ କହିଛନ୍ତି, ଜାଏରା ଯଦି ଫିଲ୍ମ ଇଣ୍ଡଷ୍ଟ୍ରୀ ଛାଡିବାର ନିଷ୍ପତ୍ତି ନେଇସାରିଛନ୍ତି । ତାଙ୍କୁ ତାଙ୍କ ନିଷ୍ପତ୍ତିରେ ଛାଡିଦେବା କଥା । ତାଙ୍କ ବ୍ୟକ୍ତିଗତ ଜୀବନରେ ଆମମାନଙ୍କର ହସ୍ତକ୍ଷେପ କରିବା ଆଦୌ ଠିକ୍ କଥା ନୁହେଁ । ଏମିତି କି ତାଙ୍କ ଭାଇଙ୍କର ଅନେକ ମୁସଲିମ ବନ୍ଧୁ ଅଛନ୍ତି ଯିଏ ଫଟୋ ଉଠାଇବାକୁ ପସନ୍ଦ କରନ୍ତି ନାହିଁ ଏବଂ ଏହି ସବୁ ଜିନିଷରୁ ଦୂରେଇ ରୁହନ୍ତି । କାରଣ ସେମାନଙ୍କ ଅନୁଯାଯୀ ଫଟୋ ଉଠାଇବା ଇସଲାମ ଧର୍ମ ବିରୋଧୀ ।

ଅନୁଭବ ପୁଣି କହିଛନ୍ତି, ମୋର କିଛି ବନ୍ଧୁ ଈଶ୍ବରଙ୍କୁ ଖୋଜିବାରେ ସାଂସାରିକ ଜୀବନ ତ୍ୟାଗ କରିଦେଇଛନ୍ତି । ଏହି ନିଷ୍ପତ୍ତି ସେମାନଙ୍କର ତେବେ ଏଥିରେ କୌଣସି ଭୁଲ ନାହିଁ । ହଁ, ଯଦି ଜାଏରାଙ୍କୁ ଏପରି ନିଷ୍ପତ୍ତି ନେବାକୁ ବାଧ୍ୟ କରାଯାଇଥାଏ, ତାହାଲେ ଏହା ଆଦୌ ଗ୍ରହଣୀୟ ନୁହେଁ ।

ପ୍ରକାଶ ଥାଉକି 2016ରେ ରିଲିଜ ହୋଇଥିବା ଆମୀର ଖାନଙ୍କ ଫିଲ୍ମ 'ଦଙ୍ଗଲ' ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ ଜାଏରା । ଏହାପରେ ସେ ପୁଣି ଆମୀରଙ୍କ ଆଉ ଏକ ଫିଲ୍ମ 'ସିକ୍ରେଟ ସୁପରଷ୍ଟାର'ରେ ମଧ୍ୟ ଅଭିନୟ କରିଥିଲେ ।

For All Latest Updates

ABOUT THE AUTHOR

...view details