ଓଡିଶା

odisha

ETV Bharat / sitara

ସୋସିଆଲ ମିଡିଆରେ ଅଶୋକ-ଅନୁଭବଙ୍କ ବାକ୍ ଯୁଦ୍ଧ - ଫେମସ ନିର୍ମାତା ଅନୁଭବ ସିହ୍ନାUdk ଟ୍ବିଟ ଭାଇରାଲ

ଟ୍ବିଟରରେ ମୁହାଁମୁହିଁ ହେଲେ ବଲିଉଡର ଦୁଇ ପପୁଲାର ନିର୍ମାତା । ମୁସଲମାନଙ୍କୁ ନେଇ ପରସ୍ପରକୁ ଟାର୍ଗେଟ କଲେ ଅନୁଭବ ଓ ଅଶୋକ । ଅଧିକ ପଢ଼ନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

By

Published : Jun 7, 2020, 5:16 AM IST

ମୁମ୍ବାଇ: ଫେମସ ନିର୍ମାତା ଅନୁଭବ ସିହ୍ନା ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ରହୁଥିବା ସେଲିବ୍ରିଟିଙ୍କ ମଧ୍ୟରେ ଅନ୍ୟତମ । ସେ ‘ଥପ୍ପଡ’, ‘ମୁଲ୍କ’ ଓ ‘ଆର୍ଟିକଲ 15’ ଭଳି ଫିଲ୍ମ ନିର୍ମାଣ କରି ଲୋକପ୍ରିୟ ନିର୍ମାତା ସାଜିଛନ୍ତି । ଖାଲି ଏତିକି ନୁହେଁ ସବୁବେଳେ ବିନ୍ଦାସ ନିଜ ପ୍ରତିକ୍ରିୟା ଦେବାକୁ ନେଇ ମଧ୍ୟ ଜଣାଯାଆନ୍ତି । ଅନ୍ୟପଟେ ଫିଲ୍ମ ନିର୍ମାତା ଅଶୋକ ପଣ୍ଡିତ ମଧ୍ୟ ସାମାଜିକ, ରାଜନୈତିକ ପ୍ରସଙ୍ଗ ଉପରେ ନିଜ ପ୍ରତିକ୍ରିୟା ଦେଇବାକୁ ନେଇ ଫେମସ ।

ହେଲେ ଇତିମଧ୍ୟରେ କିଛି ଏମିତି ହୋଇଛି ଯେ ଏହି ଦୁଇ ନିର୍ମାତା ସୋସିଆଲ ମିଡିଆରେ ମୁହାଁମୁହିଁ ହୋଇଛନ୍ତି । ଗୋଟିଏ ରିପ୍ଲାଇକୁ ନେଇ ଆରମ୍ଭ ହୋଇଥିବା ଯୁକ୍ତି ଏବେ ବାକ୍ ଯୁଦ୍ଧରେ ପରିଣତ ହୋଇଛି । ତେବେ ଆସନ୍ତୁ ଜାଣିବା ପୁରା ମାମଲାଟି...

କଥାଟି ହେଲା ଯେ ଏହି ବାକ୍ ଯୁଦ୍ଧ ଅନୁଭଙ୍କ ଏକ ଟ୍ବିଟକୁ ନେଇ ହୋଇଛି । ଯେଉଁଥିରେ ସେ ଆମେରିକାରେ ଚାଲିଥିବା ଘଟଣାକୁ ଭାରତ ସହିତ ସମ୍ପୃକ୍ତ କରି ଟ୍ବିଟ କରିଛନ୍ତି । ସେ ଲେଖିଥିଲେ, ‘ଭାରତକୁ ମୁଁ ଚ୍ୟାଲେଞ୍ଚ କରୁଛି ଯେ ଗୋଟିଏ ତାରିଖ ନିର୍ଦ୍ଧାରିତ କରନ୍ତୁ ଏବଂ ଦେଶର ସଂଖ୍ୟାଲଘୁଙ୍କ ସାମ୍ନାରେ ଆଣ୍ଠୁ ନୁଆଁଇ ଦେଖାନ୍ତୁ । କରିବା ଅକ୍ଟୋବରରେ । କ୍ଷମା ମାଗିବା ଏତେ ବର୍ଷର ।’

ଯାହାକୁ ଆଧାର କରି ଅଶୋକ ତାଙ୍କ ଉପରେ କ୍ରୋଧିତ ହୋଇଯାଇଥିଲେ । ତାଙ୍କୁ ଅନୁଭବଙ୍କ ଏହି ଟ୍ବିଟ ଆଦୌ ପସନ୍ଦ ଆସିନଥିଲା । ଆଉ ସୋସିଆଲ ମିଡିଆରେ ତାଙ୍କର କଡା କ୍ଲାସ ନେଇଥିଲେ ।

ଅଶୋକ 3ଟି ଟ୍ବିଟ କରି ଅନୁଭବକୁ ଜବାବ ଦେଇଛନ୍ତି । ଅଶୋକ ଟ୍ବିଟରେ ଲେଖିଥିଲେ, ‘ତେବେ ଚାଲନ୍ତୁ କଶ୍ମୀରରୁ ଆରମ୍ଭ କରିବା ଆଉ ସେଠାର ମୁସଲମାନଙ୍କୁ ଆଣ୍ଠୁ ଭାଙ୍ଗି କ୍ଷମା ମାଗିବାକୁ କହିବା । 4 ଲକ୍ଷ କଶ୍ମୀର ହିନ୍ଦୁଙ୍କୁ ବାସହୀନ କରିଛନ୍ତି ସେମାନେ । ତାପରେ ଗାନ୍ଧୀ ପରିବାରକୁ ଆଣ୍ଠୁ ଭାଙ୍ଗି ନଇଁବାକୁ କହିବା । ଶିଖଙ୍କ ହତ୍ୟା ପାଇଁ । ଲମ୍ବା ତାଲିକା ଅଛି ଧିରେ ଧିରେ ପଠାଇବି ।’ ତାଙ୍କର ଏହି ଟ୍ବିଟ ପରେ ଅନୁଭବ ମଧ୍ୟ ଚୁପ ବସିନଥିଲେ । ସେ ପୁଣି ଟ୍ବିଟ କରି ତାଙ୍କୁ ଜବାବ ଦେଇଥିଲେ ।

ABOUT THE AUTHOR

...view details