ଓଡିଶା

odisha

By

Published : May 11, 2020, 12:42 AM IST

ETV Bharat / sitara

ପୁଣି ଥରେ ଚର୍ଚ୍ଚାରେ ନେହା-ଅଙ୍ଗଦଙ୍କ ବିବାହ

ନେହା ଧୁପିଆ ଏବଂ ଅଙ୍ଗଦ ବେଦୀ 10 ମେ 2018 ରେ ବିବାହ କରିଥିଲେ । ସେହି ବର୍ଷ ନଭେମ୍ବରରେ ଏହି ଦମ୍ପତି ତାଙ୍କ ଝିଅ ମେହେରଙ୍କୁ ପରିବାରରେ ସ୍ୱାଗତ କରିଥିଲେ । ନେହା ଧୁପିଆ ଏବଂ ଅଙ୍ଗଦ ବେଦୀ ଏହି ଦମ୍ପତି ତାଙ୍କ ବିବାହ ପୂର୍ବରୁ ବହୁ କଠିନ ପରିସ୍ଥିତି ସହ ଅତିକ୍ରମ କରିଥିଲେ । ଅଧିକ ପଢନ୍ତୁ...

Anniversary special: The lesser-known showdown before Neha-Angad's hush-hush wedding
ପୁଣି ଥରେ ଚର୍ଚ୍ଚାରେ ନେହା-ଅଙ୍ଗଦଙ୍କ ବିବାହ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସୋନମ କପୁର ଏବଂ ତାଙ୍କ ସ୍ବାମୀ ଆନନ୍ଦ ଅହୁଜାଙ୍କ ବିବାହ ଖବର ଏପର୍ଯ୍ୟନ୍ତ ଗଣମାଧ୍ୟମ ଚର୍ଚ୍ଚାରୁ ବିରତ ହୋଇନାହିଁ । ସୋନମ ଏବଂ ଆନନ୍ଦଙ୍କ ବିବାହର ଦୁଇ ଦିନ ପରେ ଅଭିନେତ୍ରୀ ନେହା ଧୁପିଆ ଅଙ୍ଗଦ ବେଦୀଙ୍କ ସହ ବିବାହ କରିଥିବା ଖବର ସୋସିଆଲ ମିଡିଆରେ ଜଣାଇଥିଲେ । ଯାହାର ଚର୍ଚ୍ଚା ସୋସିଆଲ ମିଡିଆରେ ବର୍ତ୍ତମାନ ମଧ୍ୟ ଜୋର ଧରିଛି ।

ନେହା ଧୁପିଆ ଏବଂ ଅଙ୍ଗଦ ବେଦୀ ଏହି ଦମ୍ପତି ତାଙ୍କ ବିବାହ ପୂର୍ବରୁ ବହୁ କଠିନ ପରିସ୍ଥିତି ସହ ଅତିକ୍ରମ କରିଥିଲେ । ଅଙ୍ଗଦ ଯେତେବେଳେ ନେହାଙ୍କ ସହ ବିବାହ କରିବା ଖବରକୁ ନେଇ ନେହାଙ୍କ ପରିବାର ପାଖକୁ ଯାଇଥିଲେ ସେତେବେଳେ ଅଙ୍ଗଦ ବହୁ ଡରି ଯାଇଥିଲେ । ଅଙ୍ଗଦ କହିଥିଲେ ଯେ, ମୁଁ ଯେତେବେଳେ ନେହାଙ୍କ ଘରେ ପହଞ୍ଚିଥିଲି ସେତେବେଳେ ନେହାଙ୍କ ପରିବାର ମତେ ଗୁଲାବଜାମୁନ, ଦୋସା, ଚା ଏବଂ ବିୟର ଦେଇ ମୋର ସ୍ୱାଗତ କରିଥିଲେ । ଏହାପରେ ମୁଁ ନେହାଙ୍କ ସହ ମୋର ବିବାହ ପ୍ରସଙ୍ଗ ଖବର ଉଠାଇଥିଲି ଏବଂ କହିଥିଲେ ଯେ ଆମେ ପରସ୍ପରକୁ ବହୁତ ଭଲପାଉ । ଏହା ଶୁଣିବା ପରେ ନେହାଙ୍କ ପିତାମାତା ମୋ ଉପରେ ବହୁତ ରାଗି ଯାଇଥିଲେ ଏବଂ ପରେ ବହୁ କଷ୍ଟରେ ସେମାନେ ଏହି ବିବାହରେ ରାଜି ହୋଇଥିଲେ ।

ପୁଣି ଥରେ ଚର୍ଚ୍ଚାରେ ନେହା-ଅଙ୍ଗଦ

ଅଙ୍ଗଦ ଆହୁରି କହିଥିଲେ ଯେ, ବେଳେବେଳେ ଜୀବନରେ କେତେକ ଜିନିଷ ଏତେ ଶୀଘ୍ର ଘଟେ ଯାହାକୁ ଆମେ କେବେ ବିଶ୍ବାସ ମଧ୍ୟ କରିପାରୁ ନାହୁଁ । କିନ୍ତୁ ନେହାଙ୍କ ସହିତ ମୋର ବିବାହରେ ବହୁ କମ ଲୋକ ଆସିଥିଲେ । ଏହା ଏକ ଛୋଟ ଧରଣର ବିବାହ ହୋଇଥିଲା । ଅଙ୍ଗଦଙ୍କ ସହ ବିବାହ କରିବାକୁ ନେଇ ନେହା କହିଛନ୍ତି ଯେ, ମୁଁ ଅଙ୍ଗଦଙ୍କୁ ପୁନର୍ବାର ବିବାହ କରିବାକୁ ଚାହୁଁଛି । ଯାହାକି ଏକ ବଡ ଧରଣର ବିବାହ ହେବ ।

ପୁଣି ଥରେ ଚର୍ଚ୍ଚାରେ ନେହା-ଅଙ୍ଗଦ

ନେହା ଧୁପିଆ ଏବଂ ଅଙ୍ଗଦ ବେଦୀ କୁହନ୍ତି ଯେ, ଆମର ଏହି ସୁନ୍ଦର ପ୍ରେମ କାହାଣୀ ଆମେ ଆମ ଝିଅ ମେହେରଙ୍କୁ କହୁଛୁ । ଯିଏକି ନଭେମ୍ବର 18ରେ ଏହି ଦୁନିଆକୁ ଆସିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details