ମୁମ୍ବାଇ: ଭାଲେଣ୍ଟାଇନ୍ ଡେ’ ସେଲିବ୍ରେଟ କରିବାକୁ ଟିଭି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଏବଂ ତାଙ୍କ ବୟଫ୍ରେଣ୍ତ ବିକି ଜୈନ ନିକଟରେ ମୁମ୍ବାଇ ଛାଡିଛନ୍ତି । ଦୁହେଁ ଏକାଠି ଏକ ରୋମାଣ୍ଟିକ ଛୁଟି ଉପରଭୋଗ କରିବା ପାଇଁ ବାହାରକୁ ଯାଇଛନ୍ତି ।
ଏବେ ଅଙ୍କିତା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ଅଭିନେତ୍ରୀ ବିମାନରେ ଯାଉଥିବାର ଦେଖିବାକୁ ମିଳିଛି ।
ଭିଡିଓ ସେୟାର କରି କ୍ୟାପସନରେ ଅଙ୍କିତା ଲେଖିଥିଲେ, 'ଏନ୍ରୋଏଟ୍', ଏକ ଫ୍ଲାଇଟର ଇମୋଜି ଏବଂ ପରେ 'ବାଏ' ଲେଖିଛନ୍ତି ।