ହାଇଦ୍ରାବାଦ:ଜନ୍ମଦିନରେ ବୟଫ୍ରେଣ୍ଡକୁ ସରପ୍ରାଇଜ୍ ଦେଲେ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ । ଆଜି ବ୍ୟବସାୟୀ ବିକି ଜୈନଙ୍କ ଜନ୍ମଦିନ ହୋଇଥିବାବେଳେ ଗର୍ଲଫ୍ରେଣ୍ଡ ଅଙ୍କିତା ତାଙ୍କୁ ଶୁଭେଚ୍ଛା ସହ ସରପ୍ରାଇଜ ଗିଫ୍ଟ ଦେଇଛନ୍ତି । ଅଙ୍କିତା ନିଜ ଇନଷ୍ଟାଗ୍ରାମ ପେଜର ସରପ୍ରାଇଜଡ୍ ବିକିଙ୍କ ପ୍ରତିକ୍ରିୟା ସେୟାର କରିଛନ୍ତି । ଭିଡିଓରେ ଅଙ୍କିତା ବିକିଙ୍କୁ ଏୟାରପୋଡ ଗିଫ୍ଟ କରିବା ସହ ସୁଇଟ୍ କିସ୍ ଦେଉଥିବାର ନଜର ଆସିଛନ୍ତି ।
ଭିଡିଓ ସେୟାର କରି ଅଙ୍କିତା ଲେଖିଛନ୍ତି, ଆଗାମୀ ସବୁ ବର୍ଷ ତୁମର ସୁଖମୟ ହେଉ । ମୁଁ ପ୍ରୋମିଜ୍ କରୁଛି କି ଜୀବନର ସବୁ ସୁଖଦୁଃଖ ସମୟରେ ମୁଁ ତୁମ ପାଖରେ ଛିଡା ହେବି... ହାପି ବର୍ଥଡେ ମ୍ୟାନ । ଅଙ୍କିତାଙ୍କ ଏହି ପୋଷ୍ଟରେ ଇଣ୍ଡଷ୍ଟ୍ରିର ଅନେକ ବ୍ୟକ୍ତିବିଶେଷ ନିଜ ଭଲ ପାଇବା ଦେଇଛନ୍ତି ।