ଓଡିଶା

odisha

ETV Bharat / sitara

Anil Kapoor: ଚିକିତ୍ସା ପାଇଁ ଜର୍ମାନୀରେ ଅନିଲ କପୁର - Anil Kapoor germany

ଏଭରଗ୍ରୀନ ମିଷ୍ଟର ଇଣ୍ଡିଆ ଚିକିତ୍ସା ପାଇଁ ଏବେ ଜର୍ମାନୀରେ ଅଛନ୍ତି (Anil Kapoor in Germany) । ଏକ ଭିଡିଓ ସେୟାର କରି ସୂଚନା ଦେଇଛନ୍ତି ଅଭିନେତା ଅନିଲ କପୁର । ଅଧିକ ପଢନ୍ତୁ

ଚିକିତ୍ସା ପାଇଁ ଜର୍ମାନୀରେ ଅନିଲ କପୁର
ଚିକିତ୍ସା ପାଇଁ ଜର୍ମାନୀରେ ଅନିଲ କପୁର

By

Published : Nov 28, 2021, 9:39 AM IST

ମୁମ୍ବାଇ:ସବୁବେଳେ ଫିଟ ଓ ଫାଇନ ରହୁଥିବା ଅଭିନେତା ଅନିଲ କପୁର ( Actor Anil kapoor) ଅସୁସ୍ଥ ହୋଇ ପଡିଛନ୍ତି । ୬୦ ପରେ ବି ଏଭରଗ୍ରୀନ ମିଷ୍ଟର ଇଣ୍ଡିଆ ଚିକିତ୍ସା ପାଇଁ ଏବେ ଜର୍ମାନୀରେ ଅଛନ୍ତି (Anil is in Germany) । ଏକ ଭିଡିଓ ସେୟାର କରି ସୂଚନା ଦେଇଛନ୍ତି ଅଭିନେତା ଅନିଲ କପୁର ।

ସେୟାର କରିଥିବା ରିଥିବା ଭିଡିଓରେ ଅନୀଲ ବରଫ ଆଚ୍ଛାଦିତ ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ତାହାର ମଜା ନେଉଥିବା ଦେଖିବାକୁ ମିଳୁଛି। ଏହି ଭିଡିଓରେ ସେ ଲେଖିଛନ୍ତି- “ବରଫରେ ଏକଦମ ପରଫେକ୍ଟ ୱାକ୍‌। ଜର୍ମାନୀରେ ଶେଷ ଦିନ । ମୋ ଚିକିତ୍ସାର ଶେଷ ଦିନରେ ଡା.ମୁଲରଙ୍କୁ ସାକ୍ଷାତ ନିମନ୍ତେ ଯାଉଛି। ତାଙ୍କ ଯାଦୁ ପାଇଁ ସବୁ ଦିନ ଲାଗି କୃତଜ୍ଞ।”

ଅନିଲ ଏହି ଭିଡିଓ ପୋଷ୍ଟ କରିବା ପରେ ଫ୍ୟାନ୍ସମାନେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଦୀର୍ଘ ବର୍ଷ ହେଲାଣି ଅନିଲ ପାଦରେ ଯନ୍ତ୍ରଣାଜନିତ ସମସ୍ୟାରେ ପୀଡ଼ିତ ଅଛନ୍ତି । ଏହାର ଚିକିତ୍ସା ନିମନ୍ତେ ସେ ଜର୍ମାନୀ ଯାଇଛନ୍ତି । ଅନିଲ କପୁର ଶେଷ ଥର ପାଇଁ ଅନୁରାଗ କଶ୍ୟପଙ୍କ ଥ୍ରୀଲର ଫିଲ୍ମ ‘ଏକେ ଭର୍ସେସ୍‌ ଏକେ’ ରେ ଦେଖା ଯାଇଥିଲେ। ଏହାବାଦ ‘ଆନିମଲ’, ‘ୟୁଗ ୟୁଗ ଜିଓ’ରେ ବି ନଜର ଆସିବେ। ଏହି ଫିଲ୍ମରେ ସେ ନୀତୁ କପୁରଙ୍କ ସହ ସ୍କ୍ରିନ୍‌ ସେୟାର କରିବେ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details