ଓଡିଶା

odisha

33 ବର୍ଷରେ ମିଷ୍ଟର ଇଣ୍ଡିଆ, ଭାବବିହ୍ବଳ ଅନିଲ

By

Published : May 26, 2020, 3:40 PM IST

ଆଜିର ଦିନରେ ବଲିଉଡକୁ ଅନିଲ କପୁର ଓ ଶ୍ରୀଦେବୀ ଦେଇଥିଲେ ସୁପରଡୁପର ହିଟ୍ ଫିଲ୍ମ ‘ମିଷ୍ଟର ଇଣ୍ଡିଆ’। ଫିଲ୍ମର ଗୀତ ସେୟାର କରି ମନ କଥା ବଖାଣିଲେ ଅନିଲ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: ବି-ଟାଉନର ମିଷ୍ଟର ଝକାସ୍ ଅନିଲ କପୁର ନିଜ ଫିଲ୍ମ କ୍ୟାରିୟରରେ ଏଯାବତ ଅନେକ ବ୍ଲକବଷ୍ଟର ଫିଲ୍ମ ବଲିଉଡକୁ ଦେଇସାରିଲେଣି । ଏହି କ୍ରମରେ ଅଛି ତାଙ୍କ ଲୋକପ୍ରିୟ ଫିଲ୍ମ ‘ମିଷ୍ଟର ଇଣ୍ଡିଆ’। ଯାହା ସୁପରହିଟ୍ ହେବା ସହ ତାଙ୍କୁ ‘ମିଷ୍ଟର ଇଣ୍ଡିଆ’ର ଆଖ୍ୟ ମଧ୍ୟ ଦେଇଥିଲା। ଆଜି(ମଙ୍ଗଳବାର) ଏହି ଫିଲ୍ମ ରିଲିଜକୁ 33 ବର୍ଷ ପୂରଣ ହୋଇଛି। ଅନିଲଙ୍କୁ ସଫଳତା ଯୋଗାଇଥିବା ଏହି ଫିଲ୍ମ 1987ରେ ରିଲିଜ ହୋଇଥିଲା। ଏହି ଅବସରରେ ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିବା ସହ ଫିଲ୍ମ ସହିତ ସମ୍ପୃକ୍ତ ଥିବା ଅନେକ କଥା ବିଷୟରେ ଆଲୋଚନା କରିଛନ୍ତି।

ଅନିଲ ଫିଲ୍ମର ଗୀତ ‘ଜିନ୍ଦେଗୀ କି ୟେ ରିତ ହେ’ ସେୟାର କରି ଲେଖିଛନ୍ତି, ‘ମିଷ୍ଟର ଇଣ୍ଡିଆ ମୋ ପାଇଁ ସବୁବେଳେ ଏକ ମହତ୍ବପୂର୍ଣ୍ଣ ଫିଲ୍ମ। ମୋର ମନେ ଅଛି ଯେତେବେଳେ ଆମେ 34 ବର୍ଷ ପୂର୍ବେ ଏହି ଯାତ୍ରା ଆରମ୍ଭ କରିଥିଲୁ । ସେହି ସମୟରେ ମୁଁ ଅନ୍ୟ ଜିନିଷ ଜାଣିବାକୁ ଖୁବ୍ ଉତ୍ସାହିତ ଥିଲି। ଯେତେବେଳେ ମୁଁ ‘ଜିନ୍ଦେଗୀ କି ୟେ ରିତ ହେ’ ଗୀତ ଶୁଣୁଥିଲି, ମୁଁ ଏଥିରେ କେବଳ କିଶୋର ଦାଙ୍କ କଣ୍ଠକୁ କଳ୍ପନା କରୁଥିଲି। କିଶୋର କୁମାର ଏବଂ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ ସେତେବେଳେ ଏକାଠି କାମ କରିବାକୁ ଚାହୁଁନଥିଲେ। କିଶୋର ଦାଙ୍କ ସହ ଯୋଗାଯୋଗ କରିବାକୁ ମଧ୍ୟ ମାସେ ସମୟ ଲାଗିଥିଲା। ’

ପ୍ରକାଶ ଥାଉକି ‘ମିଷ୍ଟର ଇଣ୍ଡିଆ’ ଶେଖର କାପୁରଙ୍କ ଦ୍ବାରା ନିର୍ଦ୍ଦେଶିତ। ଏହି ଫିଲ୍ମ କାହାଣୀ ସଲିମ ଖାନ ଏବଂ ଜାଭେଦ ଅଖତର ଏକାଠି ଲେଖିଥିଲେ । ସେହିପରି ବୋନି କପୁର ଫିଲ୍ମର ପ୍ରଯୋଜନା କରିଥିଲେ । 1987ର ଦ୍ବିତୀୟ ସର୍ବାଧିକ ଆୟ କରିଥିବା ଫିଲ୍ମ ସାଜିଥିଲା ମିଷ୍ଟର ଇଣ୍ଡିଆ।

ABOUT THE AUTHOR

...view details