ଓଡିଶା

odisha

ETV Bharat / sitara

ୟୁରୋପିଆନ ଚାମ୍ବର ଅଫ କମର୍ସ ଦ୍ବାରା ସମ୍ମାନିତ ମିଷ୍ଟର ଇଣ୍ଡିଆ

ଅନିଲ କପୁରଙ୍କୁ ଯୁରୋପିଆନ ଚାମ୍ବର ଅଫ କମର୍ସ ଇନ ଇଣ୍ଡିଆ ତରଫରୁ ମୁମ୍ବାଇରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ଯକ୍ରମରେ ସମ୍ମାନିତ କରାଯାଇଛି । ଏହାସହ ୟୁରୋପିଆନ ୟୁନିୟନ ଡେଲିଗେସନ ମଧ୍ୟ ଯୋଡି ହୋଇଥିଲା ।

By

Published : May 19, 2019, 10:20 AM IST

ଫଟୋ ସୌଜନ୍ୟ: ଏ ଏନଆଇ

ହାଇଦ୍ରାବାଦ: ଶିଶୁ ଅଧିକାରକୁ ନେଇ ସବୁବେଳେ କାର୍ଯ୍ୟକରୁଥିବା ବଲିଉଡ ଅଭିନେତା ଅନିଲ କପୁରଙ୍କୁ ଯୁରୋପିଆନ ଚାମ୍ବର ଅଫ କମର୍ସ ଇନ ଇଣ୍ଡିଆ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସମ୍ମାନିତ କରିଛି । ଏହାସହ ଯୋଡି ହେଇଛି ଯୁରୋପିଆନ ଯୁନିୟନ ଡେଲିଗେସନ ।

ତେବେ ଅନିଲ କପୁର ପ୍ଲାନ ଇଣ୍ଡିଆ ଓ ଶିଶୁ ଅଧିକାର ସଂସ୍ଥା ମାନଙ୍କ ସହ ମିଶି ସବୁବେଳେ ଶିଶୁମାନଙ୍କ ହିତରେ କାର୍ଯ୍ୟ କରିଥାଆନ୍ତି । ୟୁରୋପିଆନ ୟୁନିୟନର ଆମ୍ବାସଡର ତୋମାସ କୋଜଲୋସ୍କି ଅନିଲଙ୍କୁ ସମ୍ମାନ ଦେଇ କହିଥିଲେ, ଆମେ ଖୁସି ଯେ ୟୁରୋପ ଓ ଭାରତ ଭିତରେ ଏକ ସାଂସ୍କୃତିକ ସମ୍ପର୍କ ସବୁବେଳେ ଗଢି ଉଠିଥାଏ ।

ଭାରତର ଅଧିକାଂଶ ଫିଲ୍ମ ୟୁରୋପରେ ସୁଟିଂ ହୋଇଥାଏ । ତେଣୁ ଫିଲ୍ମ ସବୁବେଳେ ୟୁରୋପ ଓ ଭାରତ ଭିତରେ ଏକ ସେତୁ ସ୍ଥାପନା କରିଥାଏ ବୋଲି କହିଛନ୍ତି ତୋମାସ ।

ତେବେ ୟୁରୋପିଆନ ଚାମ୍ବର ଓ ୟୁରୋପିଆନ ୟୁନିୟନ ସବୁବେଳେ ନାରୀ ସଶକ୍ତିକରଣ ଓ ଶିଶୁ ଅଧିକାରକୁ ନେଇ କାମ କରେ ଓ ଅନିଲ ପ୍ଲାନ ଇଣ୍ଡିଆ ମାଧ୍ୟମରେ ଅନେକ ସାହାର୍ଯ୍ୟ କରିଥାଆନ୍ତି । ଏହା ସହ ଫିଲ୍ମର ସବୁ ପ୍ରକାର ବିକାଶ ଦିଗରେ ମଧ୍ୟ ଅନିଲ ସାହାର୍ଯ୍ୟ କରିଥାଆନ୍ତି ବୋଲି କହିଛନ୍ତି ଯୁରୋପିଆନ ଯୁନିୟନର ଆମ୍ବାସଡର ।

ABOUT THE AUTHOR

...view details