ଓଡିଶା

odisha

ETV Bharat / sitara

ପୁଅଙ୍କ ସହ ପରଦାରେ ନଜର ଆସିବେ ମିଷ୍ଟର ଝକାସ୍

ଝିଅ ପରେ ଏବେ ପୁଅ ସହ ଏକାଠି ଅଭିନୟ କରିବାକୁ ଯାଉଛନ୍ତି ଅନିଲ କପୁର । ଅଲମ୍ପିକ ସ୍ବର୍ଣ୍ଣ ପଦକ ବିଜେତା ଅଭିନଭ ବିନ୍ଦ୍ରାଙ୍କ ବାୟୋପିକରେ ପ୍ରଥମ ଥର ପୁଅ ସହ ଅଭିନୟ କରିବେ ଅନିଲ ।

By

Published : May 8, 2019, 1:35 AM IST

ଡିଜାଇନ ଫଟୋ

ମୁମ୍ବାଇ: ବି-ଟାଉନର ମିଷ୍ଟର ଇଣ୍ଡିଆ ଅନିଲ କପୁର ଏବେ ନିଜର ଆଗାମୀ ମଲ୍ଟି ଷ୍ଟାରର ଫିଲ୍ମ 'ମଲଙ୍ଗ'ର ସୁଟିଂରେ ଖୁବ୍ ବ୍ୟସ୍ତ ଅଛନ୍ତି । ଏହାସହ ସେ ଅଲମ୍ପିକର ସ୍ବର୍ଣ୍ଣ ପଦକ ବିଜେତା ଅଭିନଭ ବିନ୍ଦ୍ରାଙ୍କ ବାୟୋପିକରେ ମଧ୍ୟ ନଜର ଆସିବେ । ଏହି ଫିଲ୍ମରେ ସେ ପ୍ରଥମଥର ନିଜ ପୁଅ ହର୍ଷବର୍ଦ୍ଧନ କପୁରଙ୍କ ସହ ଅଭିନୟ କରୁଥିବାର ନଜର ଆସିବେ ।

ଆଜ୍ଞା ହଁ, ଖୁବ୍ ଶୀଘ୍ର ଆଉ ଏକ ବାୟୋପିକ ପରଦାରେ ଦେଖିବାକୁ ମିଳିବ । ଅଭିନବଙ୍କ ବାୟୋପିକ ତିଆରି କରିବାରେ ଲାଗିପଡିଛନ୍ତି ମେକର୍ସ । ଫିଲ୍ମରେ ଯେଉଁଠାରେ ଅଭିନବଙ୍କ ଭୂମିକାରେ ହର୍ଷବର୍ଦ୍ଧନ ଦେଖାଯିବେ ସେହିଠାରେ ଅଭିନବଙ୍କ ପିତା ଅପଜିତଙ୍କ ରୋଲରେ ଅନିଲ ନଜର ଆସିବେ ।

ଏହି ଅବସରରେ ଅନିଲ କହିଛନ୍ତି କି, ସେ ପୁଅ ସହ ପ୍ରଥମଥର ଅଭିନୟ କରିବାକୁ ନେଇ ଖୁବ୍ ଉତ୍ସାହିତ ଅଛନ୍ତି । ହର୍ଷବର୍ଦ୍ଧନ ମଧ୍ୟ ଏହାକୁ ନେଇ ଖୁବ୍ ଏକ୍ସାଇଟେଡ ।

ଏବେ ଦେଖିବାକୁ ବାକି ରହିଲା କି, ଦର୍ଶକଙ୍କୁ ଏହି ବାପ-ପୁଅଙ୍କ ରିଲ ଲାଇଫ କେମେଷ୍ଟ୍ରୀ କିପରି ଲାଗୁଛି । ପ୍ରକାଶ ଥାଉକି, ଏହାପୂର୍ବରୁ ଚଳିତ ବର୍ଷ ରିଲିଜ ହୋଇଥିବା 'ଏକ ଲଡକୀ କୋ ଦେଖା ତୋ ଐସା ଲଗା'ରେ ସେ ନିଜ ଝିଅ ଅର୍ଥାତ୍ ଅଭିନେତ୍ରୀ ସୋନମ କପୁରଙ୍କ ସହ ନଜର ଆସିଥିଲେ । ଏହି ଫିଲ୍ମରେ ମଧ୍ୟ ଅନିଲ, ସୋନମଙ୍କ ପିତା ଭୂମିକାରେ ଦେଖାଯାଇଥିଲେ ।

ABOUT THE AUTHOR

...view details