ଓଡିଶା

odisha

ETV Bharat / sitara

ବାଲକୋନୀରୁ ଅନୁପମ ଓ ଅନୀଲଙ୍କ ସୋସିଆଲ ଡିସଷ୍ଟାନ୍ସିଂ ପ୍ରାକ୍ଟିସ - ବଲିଉଡ ଷ୍ଟାର

ବାଲକୋନୀରୁ ସୋସିଆଲ ଡିସଷ୍ଟାନ୍ସିଂ ବାର୍ତ୍ତା ଦେଲେ ଦୁଇ ବଲିଉଡ ଆକ୍ଟର । ଅନୁପମ ଖେର ଏବଂ ଅନୀଲ କପୁର ଏପରି ପ୍ରାକ୍ଟିସ କରିଥିବା ଦେଖାଯାଇଛି । ଅଧିକ ପଢନ୍ତୁ...

anil kapoor and anupam kher practice social distancing
ବାଲକୋନୀରୁ ଅନୁପମ ଓ ଅନୀଲଙ୍କ ସୋସିଆଲ ଡିସଷ୍ଟାନ୍ସିଙ୍ଗ ପ୍ରାକ୍ଟିସ

By

Published : Mar 22, 2020, 10:56 AM IST

ନୂଆଦିଲ୍ଲୀ: କୋରୋନା ଭାଇରସ ବ୍ୟାପିବା ନେଇ ସତର୍କ ରହିବା ନେଇ ସୋସିଆଲ ଡିସଷ୍ଟାନ୍ସିଂ ନେଇ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ଏନେଇ ନିଜକୁ ନିଜେ ସୁରକ୍ଷିତ ରଖିବାର ସଚେତନତା ବାର୍ତ୍ତା ସମସ୍ତଙ୍କୁ ଦିଆଯାଇଛି । ଏହାକୁ କିଛି ବଲିଉଡ ଷ୍ଟାର ମାନୁଥିବା ବେଳେ ଅନୀଲ କପୁର ଏବଂ ଅନୁପମ ଖେର ନିଜ ବନ୍ଧୁତାକୁ ବଞ୍ଚେଇ ରଖିବାକୁ ପ୍ରୟାସ କରିଛନ୍ତି ।

ତେଣୁ ଦୁହେଁ ବାଲକୋନିରୁ ହିଁ କଥା ହେଉଥିବା ଦେଖାଦେଇଛି । ଅନୀଲ କପୁର ଅନୁପମ ଖେରଙ୍କୁ ଭେଟିବାକୁ ମନସ୍ତ କରିଥିଲେ । କିନ୍ତୁ କୋରୋନା ଯୋଗୁଁ ସୋସିଆଲ ଡିସଷ୍ଟାନ୍ସିଂ କଟକଣାକୁ ମାନିବାକୁ ଯାଇ ସେ ଅନୁପମଙ୍କୁ ବାଲକୋନୀରେ ହିଁ ଭେଟିଥିଲେ । ଏହାର ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଏହି ଦୁଇ ଆକ୍ଟର ।

ଏହି ଭିଡିଓରେ ଅନୀଲ କପୁର ଆଇକନିକ ସଂଗୀତ ତେରେ ଘରକେ ସାମନେ ଗାଇଥିବା ରହିଛି । ଅନ୍ୟପଟେ ଅନୁପମ ଖେର ଖୁବ ଜୋରରେ ହସୁଥିବା ରହିଛି । ଦେଶର ଦାୟିତ୍ବବାନ ନାଗରିକ ଭାବେ ଆମେ ନିଜକୁ ବର୍ତ୍ତମାନ 15 ଦିନ ପର୍ଯ୍ୟନ୍ତ ଆଇସୋଲେସନରେ ରହିବା ଉଚିତ ବୋଲି କହିଛନ୍ତି ଅନୁପମ ଖେର ।

@ANI

ABOUT THE AUTHOR

...view details