ନୂଆଦିଲ୍ଲୀ: ନିକଟରେ ଦୁବାଇରେ ଛୁଟି ଉପଭୋଗ କରିବା ପରେ ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଏବେ ଘରକୁ ଫେରିଛନ୍ତି । ରବିବାର ଦିନ, ଅନନ୍ୟା ନିଜ ପୋଷା କୁକୁରମାନଙ୍କ ସହିତ ସମୟ ବିତାଇଥିଲେ । ଯାହାର ଫଟୋ ଅଭିନେତ୍ରୀ ଇନଷ୍ଟାଗ୍ରାମରେ ନିଜ ସାଙ୍ଗମାନଙ୍କ ସହିତ ସେୟାର କରିଥିଲେ ।
ଫଟୋଗୁଡ଼ିକରେ ଅନନ୍ୟା ତାଙ୍କର ଦୁଇଟି ପୋଷା କୁକୁର ସହିତ କିଛି କ୍ବାଲିଟି ସମୟ ଅତିବାହିତ କରୁଥିବାର ଦେଖିବାକୁ ମିଳିଛି ।
ଯେଉଁଥିରେ ଅନନ୍ୟା ଗୋଲାପୀ ରଙ୍ଗର ସାର୍ଟ ସହିତ ଧଳା ରଙ୍ଗର ଡେନିମ୍ ପ୍ୟାଣ୍ଟ ପିନ୍ଧି ବହୁତ ଖୁସି ଥିବାର ନଜର ଆସିଛନ୍ତି । ଫଟୋରେ ତାଙ୍କର ପୋଷା କୁକୁରମାନେ ମଧ୍ୟ ବହୁତ କ୍ୟୁଟ ଦେଖାଯାଉଥିଲେ ।