ମୁମ୍ବାଇ: ସାଉଥ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ଖୁବଶୀଘ୍ର ବଲିଉଡରେ ପଦାର୍ପଣ କରିବାକୁ ଯାଉଛନ୍ତି। ଫେମସ ନିର୍ଦ୍ଦେଶକ ପୁରୀ ଜଗନ୍ନାଧଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହେଉଥିବା ଫିଲ୍ମ ‘ଫାଇଟର’ ଜରିଆରେ ବଲିଉଡରେ ଡେବ୍ୟୁ କରିବେ ବିଜୟ। ଇତିମଧ୍ୟରେ ଫିଲ୍ମକୁ ନେଇ ନୂଆ ଖବର ସାମ୍ନାକୁ ଆସିଛି। ଯାହା ଦର୍ଶକଙ୍କୁ ଖୁସି କରିଦେବ।
ଅର୍ଜୁନ ରେଡ୍ଡୀଙ୍କ ସହ ରୋମାନ୍ସ କରିବେ ଅନନ୍ୟା - ପୁରୀ ଜଗନାଧଙ୍କ ଆଗାମୀ ଫିଲ୍ମ ‘ଫାଇଟର’
ପୁରୀ ଜଗନାଧଙ୍କ ଆଗାମୀ ଫିଲ୍ମ ‘ଫାଇଟର’ରେ ଅନନ୍ୟାଙ୍କ ଏଣ୍ଟ୍ରି । ସୋସିଆଲ ମିଡିଆରେ ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ଦେଲେ ସୂଚନା । ପ୍ରଥମଥର ଅର୍ଜୁନ ରେଡ୍ଡୀଙ୍କ ସହ ଅଭିନୟ କରିବାକୁ ନେଇ ଖୁବ୍ ଉତ୍ସାହିତ ଅନନ୍ୟା।
କାରଣ ଫିଲ୍ମରେ ତାଙ୍କ ସହ କେହି ସାଉଥ ଅଭିନେତ୍ରୀ ନୁହେଁ ବରଂ ବଲିଉଡର ନବାଗତ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ରୋମାନ୍ସ କରିବେ। ବର୍ତ୍ତମାନ ଫିଲ୍ମରେ ଅନନ୍ୟାଙ୍କ ଏଣ୍ଟ୍ରି ହୋଇସାରିଛି। ଫିଲ୍ମର ଟାଇଟଲର ଘୋଷଣା ଏଯାବତ ହୋଇନାହିଁ।
ଏହି ଅବସରରେ ଅନନ୍ୟା ସୋସିଆଲ ମିଡିଆରେ ବଲିଉଡରେ ବିଜୟଙ୍କୁ ସ୍ବାଗତ କରିଛନ୍ତି। ଫିଲ୍ମ ସେଟରୁ ସେ ଫଟୋ ନିଜ ଇନଷ୍ଟାଗ୍ରାମରେ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ପ୍ୟାନ ଇଣ୍ଡିଆ ଫିଲ୍ମ ସହ ସମ୍ପୃକ୍ତ ହୋଇ ଖୁସି ହେବା ସହ ଖୁବ୍ ଉତ୍ସାହିତ ମଧ୍ୟ ଅଛି। ଆମର ନିର୍ଦ୍ଦେଶକ ପୁରୀ ଜଗନାଧ, ପ୍ରଯୋଜକ କରନ ଜୋହର, ଅପୂର୍ବା ମେହତା ଓ ଚାର୍ମୀ କୌର। ମିଷ୍ଟର ଦେବରକୋଣ୍ଡା ବଲିଉଡରେ ଆପଣଙ୍କ ସ୍ବାଗତ।