ଓଡିଶା

odisha

By

Published : Nov 6, 2019, 1:38 PM IST

ETV Bharat / sitara

ଫରାହଙ୍କ ଫିଲ୍ମରେ ଅନନ୍ୟା !

ସୋସିଆଲ ମିଡିଆରେ ଫଟୋ ସେୟାର କରି ଦର୍ଶକଙ୍କୁ ହିଣ୍ଟ ଦେଲେ ଫରାହ ଖାନ । ତାଙ୍କ ଆଗାମୀ ଫିଲ୍ମରେ ଅଭିନୟ କରିପାରନ୍ତି ଅଭିନେତ୍ରୀ ଅନନ୍ୟା ପାଣ୍ଡେ ।

ଫଟୋ ସୌଜନ୍ୟ: ଇଟିଭି ଭାରତ

ମୁମ୍ବାଇ: ଲୋକପ୍ରିୟ ନିର୍ମାତା କରନ ଜୋହରଙ୍କ ‘ଷ୍ଟୁଡେଣ୍ଟ ଅଫ ଦ ଇୟର 2’ରୁ ବଲିଉଡରେ ଡେବ୍ୟୁ କରିଥିବା ବି-ଟାଉନର ଅନନ୍ୟା ପାଣ୍ଡେ ଚର୍ଚ୍ଚାରେ । କମେଡି ଅଭିନେତା ଚଙ୍କି ପାଣ୍ଡେଙ୍କ ଲାଡଲୀ ଅନନ୍ୟାଙ୍କ ଚର୍ଚ୍ଚିତ ଫିଲ୍ମ ‘ପତି ପତ୍ନୀ ଔର ୱୋ’ର ମଜାଦାର ଟ୍ରେଲର ନିକଟରେ ରିଲିଜ ହୋଇଥିଲା । ଏହି ଫିଲ୍ମରେ ତାଙ୍କ ସହ ରୋମାନ୍ସ କରୁଥିବାର ନଜର ଆସୁଛନ୍ତି କ୍ୟୁଟ ଆକ୍ଟର କାର୍ତ୍ତିକ ଆର୍ୟନ ଏବଂ ତାଙ୍କ ସାଉତୁଣୀ ସାଜିଛନ୍ତି ଅଭିନେତ୍ରୀ ଭୂମି ପେଡନେକର । ଦର୍ଶକ ଫିଲ୍ମ ଦେଖିବାକୁ ଖୁବ୍ ଏକ୍ସାଇଟେଡ । ଇତିମଧ୍ୟରେ ଅନନ୍ୟା ଫ୍ୟାନ୍ସଙ୍କ ପାଇଁ ଏକ ଗୁଡନ୍ୟୁଜ ସାମ୍ନାକୁ ଆସିଛି । ଯାହା ଶୁଣି ଖୁସି ହୋଇଯିବେ ଫ୍ୟାନ୍ସ ।

ଆଜ୍ଞା ହଁ, ଏହି ନବାଗତ ଅଭିନେତ୍ରୀକୁ ଫେମସ ନିର୍ମାତା ଓ କୋରିଓଗ୍ରାଫର ଫରାହ ଖାନ ନିଜର ଆଗାମୀ ଫିଲ୍ମରେ ସାମିଲ କରିବାକୁ ଯାଉଛନ୍ତି । ଯାହାର ହିଣ୍ଟ ସେ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରି ଦର୍ଶକଙ୍କୁ ଦେଇଛନ୍ତି । ନିକଟରେ ଫରାହ ‘ପତି ପତ୍ନୀ ଔର ୱୋ’ ଟିମ ସହ ଏକ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଥିଲେ । ଫଟୋର କ୍ୟାପସନ ଜରିଆରେ ସେ ନିଜର ଅପକମିଂ ଫିଲ୍ମରେ ଅନନ୍ୟାଙ୍କୁ ନେବାର ହିଣ୍ଟ ଦେଇଛନ୍ତି । କିନ୍ତୁ ଏଯାବତ ଏହାର କୌଣସି ଘୋଷ।ଣା କରିନାହାଁନ୍ତି ।

ସେପଟେ ଫରାହଙ୍କ ଫଟୋରେ ଅନନ୍ୟା କମେଣ୍ଟ କରି ଲେଖିଥିଲେ, ‘ୱି ଲଭ, ମୋର ଆଗାମୀ ନିର୍ଦ୍ଦେଶିକା ।’ ଅନନ୍ୟାଙ୍କ ଏହି ପୋଷ୍ଟ ପରେ ଏହା କନଫର୍ମ ହୋଇଛି ଯେ ଫରାହଙ୍କ ଆଗାମୀ ଫିଲ୍ମରେ ସେ ନଜର ଆସିବେ ବୋଲି । ପ୍ରକାଶ ଥାଉକି ଫରାହଙ୍କ ଅପକମିଂ ପ୍ରଯୋଜକ୍ଟରେ ଆକ୍ସନ ନିର୍ଦ୍ଦେଶକ ରୋହିତ ସେଟ୍ଟୀ ପ୍ରଯୋଜନା କରିବେ । ଏହାବ୍ୟତୀ ନିକଟରେ ଖବର ଜୋର ଧରିଥିଲା ଯେ ଫରାହଙ୍କ ଫିଲ୍ମରେ ସୁପରଷ୍ଟାର ହ୍ରିତିକ ରୋଶନ ଓ ଅନୁଷ୍କା ଶର୍ମା ମୁଖ୍ୟ ଭୂମିକାରେ ଅଭିନୟ କରିବେ । 1982ରେ ଆସିଥିବା ବିଗ ବି ଅମିତାଭ ବଚ୍ଚନଙ୍କ ସପୁରହିଟ୍ ଫିଲ୍ମ ‘ସତ୍ତେ ପେ ସତ୍ତା’ର ରିମେକ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି ଫରାହ ।

ABOUT THE AUTHOR

...view details