ଓଡିଶା

odisha

ETV Bharat / sitara

ଅନନ୍ୟାଙ୍କ ଗ୍ଲାମରସ୍ ଫଟୋ ଦେଖି ଫିଦା ଫ୍ୟାନ୍ସ - ଗେହରାଇୟାଁ ରିଲିଜ୍ ତାରିଖ

ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ତାଙ୍କର ଆଗାମୀ ଚଳଚ୍ଚିତ୍ର ଗେହରାଇୟାଁକୁ ନେଇ ବହୁତ ଉତ୍ସାହିତ ଅଛନ୍ତି। ତାଙ୍କ ଚଳଚ୍ଚିତ୍ର ଗେହରାଇୟାଁ OTT ପ୍ଲାଟଫର୍ମରେ ରିଲିଜ୍ ହେବାକୁ ପୂରାପୁରି ପ୍ରସ୍ତୁତ । ଅଧିକ ପଢନ୍ତୁ

ଗେହରାଇୟାଁର ପ୍ରମୋସନ ପାଇଁ ଅନନ୍ୟାଙ୍କ ଗ୍ଲାମରସ୍ ଅବତାର, ଫଟୋରେ ଫ୍ୟାନ୍ସ ଫିଦା
ଗେହରାଇୟାଁର ପ୍ରମୋସନ ପାଇଁ ଅନନ୍ୟାଙ୍କ ଗ୍ଲାମରସ୍ ଅବତାର, ଫଟୋରେ ଫ୍ୟାନ୍ସ ଫିଦା

By

Published : Jan 22, 2022, 5:45 PM IST

ହାଇଦ୍ରାବାଦ:ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ତାଙ୍କର ଆଗାମୀ ଚଳଚ୍ଚିତ୍ର ଗେହରାଇୟାଁକୁ ନେଇ ବହୁତ ଉତ୍ସାହିତ ଅଛନ୍ତି। ଚଳଚ୍ଚିତ୍ର ଗେହରାଇୟାଁ OTT ପ୍ଲାଟଫର୍ମରେ ରିଲିଜ୍ ହେବାକୁ ପ୍ରସ୍ତୁତ । ଚଳଚ୍ଚିତ୍ରଟି ଫେବୃଆରୀ 11 ରେ ରିଲିଜ ହେବାକୁ ଯାଉଛି ଯେଉଁଥିପାଇଁ ଅନନ୍ୟା ଏହାର ପ୍ରମୋସନ ଆରମ୍ଭ କରିଛନ୍ତି ।

ଗେହରାଇୟାଁ

ଗେହରାଇୟାଁରେ ଅନନ୍ୟାଙ୍କ ସହ ଦୀପିକା ପାଦୁକୋନ୍, ସିଦ୍ଧାନ୍ତ ଚତୁର୍ବେଦୀ ଏବଂ ଧୈର୍ଯ୍ୟ କରୱା ମୁଖ୍ୟ ଭୂମିକାରେ ନଜର ଆସିବେ। ନିକଟରେ ଫିଲ୍ମର ଟ୍ରେଲର ରିଲିଜ ହୋଇଛି ଯାହାକୁ ବହୁତ ପସନ୍ଦ କରାଯାଉଛି । ଅନନ୍ୟା ସୋସିଆଲ ମିଡିଆରେ ତାଙ୍କ ଫଟୋସୁଟର ଫଟୋ ସେୟାର କରିଛନ୍ତି । ଫଟୋରେ ଅନନ୍ୟା ଶର୍ଟସ ଏବଂ ଫ୍ଲୋରାଲ ଟପ୍ ପିନ୍ଧିଥିବାର ନଜର ଆସିଛନ୍ତି ।

ଫଟୋରେ ଅନନ୍ୟା ବିଭିନ୍ନ ପୋଜ୍ ଦେଉଥିବାର ନଜର ଆସିଛନ୍ତି । ଅନନ୍ୟାଙ୍କ ଏହି ଫଟୋଗୁଡ଼ିକ ପୋଷ୍ଟ ହେବା ମାତ୍ରେ ଭାଇରାଲ ହୋଇଛି । ତାଙ୍କର ଷ୍ଟାଇଲରେ ପ୍ରଶଂସକ ଫିଦା ହୋଇଯାଇଛନ୍ତି। ଫଟୋ ସେୟାର କରି ଅନନ୍ୟା ଲେଖିଛନ୍ତି - ଗେହରାଇୟାଁ ପ୍ରମୋସନ ଡେ 2, ଗେହରାଇୟାଁର 11 ଫେବୃଆରୀରେ ଆମାଜନ ପ୍ରାଇମରେ ମୁକ୍ତିଲାଭ କରୁଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details