ନୂଆଦିଲ୍ଲୀ: କରୋନା ଭାଇରସ ଯୋଗୁଁ ଚାଲିଥିବା ଲକଡାଉନ ସମୟରେ ବଲିଉଡ ଇଣ୍ଡଷ୍ଟ୍ରି ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା । କିନ୍ତୁ ବର୍ତ୍ତମାନ କିଛି ନୂତନ ନିର୍ଦ୍ଦେଶାବଳୀ ସହିତ ବଲିଉଡ ଇଣ୍ଡଷ୍ଟ୍ରିର କିଛି ଫିଲ୍ମର ସୁଟିଂ ଆରମ୍ଭ ହେବାକୁ ଯାଉଛି । ବଲିଉଡର କିଛି ନିର୍ମାତା, ନିର୍ଦ୍ଦେଶକ, ଏବଂ ଳକାକାରମାନେ ନିଜ ଘରୁ ବାହାରକୁ ବାହାରୁଛନ୍ତି ।
ବର୍ତ୍ତମାନ କିଛି ସେଲିବ୍ରିଟି କାମକୁ ଫେରିବା ଆରମ୍ଭ କରି ଦେଇଛନ୍ତି । ବଲିଉଡ ଇଣ୍ଡଷ୍ଟ୍ରିରେ ମଧ୍ୟ ଅନେକ ଶୋର ସୁଟିଂ ଆରମ୍ଭ ହୋଇଯାଇଛି ।
ଏହି ସମୟରେ ଆଜି, ‘ଷ୍ଟୁଡେଣ୍ଟ ଅଫ୍ ଦି ଇୟର- 2’ଫେମ ଅନନ୍ୟା ପାଣ୍ତେ ବହୁ ଦିନ ପରେ ସୁଟିଂ ସେଟକୁ ଫେରିଛନ୍ତି ।
ଅନନ୍ୟା ସୋସିଆଲ ମିଡିଆରେ ସୁଟିଂ ସେଟର ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଠାରେ ସେଟର ସମସ୍ତ ଲୋକ ପିପିଇ ୟୁନିଫର୍ମ ଏବଂ ମାସ୍କ ପିନ୍ଧିଥିବାର ଦେଖିବାକୁ ମିଳିଥିଲା । ଅନନ୍ୟା ତାଙ୍କ କାମକୁ ନେଇ ଉତ୍ସାହିତ ଥିବା ପରି ମନେହେଉଥିଲେ ।