ମୁମ୍ବାଇ: ବଲିଉଡ ଷ୍ଟାରକିଡ୍ସଙ୍କ ମଧ୍ୟରେ ଯଦି ଖାସ୍ ବନ୍ଧୁଙ୍କ ବିଷୟରେ କଥା କରାଯାଏ, ତେବେ ସର୍ବପ୍ରଥମେ ଦର୍ଶକଙ୍କ ପାଟିରେ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଓ ସୁହାନା ଖାନଙ୍କ ନାମ ଆସିଥାଏ । ହେଲେ ଏବେ ଦୁଇଜଣ ସୋସିଆଲ ମିଡିଆରେ ପରସ୍ପର ଉପରେ ଆଶ୍ଚର୍ଯ୍ୟକର ଅଭିଯୋଗ ଲଗାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି । ତେବେ ଆସନ୍ତୁ ଜାଣିବା ଏହାର କାରଣ...
ଆଶ୍ଚର୍ଯ୍ୟ ହେବାର କୌଣସି କଥା ନାହିଁ । କାରଣ ଦୁଇଜଣ ପରସ୍ପର ସହ ମଜାଦାର କଥାବାର୍ତ୍ତା ସୋସିଆଲ ମିଡିଆରେ କରୁଥିବାର ନଜର ଆସିଛନ୍ତି । ଦୁଇଜଣ ସୋସିଆଲ ମିଡିଆରେ ପୋଷାକ ଉପରେ ଯୁକ୍ତିତର୍କ କରୁଥିବାର ନଜର ଆସୁଛନ୍ତି । କଥାଟି ହେଲା ଯେ ଅନନ୍ୟା, ସୁହାନାଙ୍କ ଏକ ଫଟୋରେ କମେଣ୍ଟ କରି କହିଥିଲେ ଯେ ତାଙ୍କୁଠୁ ସେ ଟପ ଧାରେ ନେଇଛନ୍ତି।