ଓଡିଶା

odisha

By

Published : Oct 21, 2021, 4:53 PM IST

ETV Bharat / sitara

NCB ଅଫିସରେ ଅଭିନେତ୍ରୀ ଅନନ୍ୟା ପାଣ୍ଡେ, ଡ୍ରଗ୍ସ ମାମଲାରେ ହେବେ ଜେରା

ଏନସିବି ରାଡାରରେ ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେ । ନିଜର ବୟାନ ରେକର୍ଡ କରାଇବାକୁ ଏନସିବି ଅଫିସରେ ପହଞ୍ଚିଛନ୍ତି ଅନନ୍ୟା । ଅଧିକ ପଢନ୍ତୁ...

NCB ଅଫିସରେ ଅଭିନେତ୍ରୀ ଅନନ୍ୟା ପାଣ୍ଡେ, ଡ୍ରଗ୍ସ ମାମଲାରେ ହେବ ଜେରା
NCB ଅଫିସରେ ଅଭିନେତ୍ରୀ ଅନନ୍ୟା ପାଣ୍ଡେ, ଡ୍ରଗ୍ସ ମାମଲାରେ ହେବ ଜେରା

ମୁମ୍ବାଇ: ମାୟାନଗରୀ ଡ୍ରଗ୍ସ ପାର୍ଟି ମାମଲାରେ ନୂଆ ମୋଡ । ଡ୍ରଗ୍ସକୁ ନେଇ ଆକ୍ସନ ମୋଡରେ NCB । ଏନସିବି ରାଡାରରେ ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେ । ନିଜର ବୟାନ ରେକର୍ଡ କରାଇବାକୁ ଏନସିବି ଅଫିସରେ ପହଞ୍ଚିଛନ୍ତି ଅନନ୍ୟା । ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ୟନଙ୍କ ସହ ହୋଇଥିବା ଡ୍ରଗ୍ସ ଚାଟକୁ ନେଇ ଅଭିନେତ୍ରୀ ଅନନ୍ୟାଙ୍କୁ ଜେରା କରିବ ଏନସିବି ।

ଏନସିବି ଅଫିସରେ ପହଞ୍ଚିସାରିଛନ୍ତି ଅଭିନେତ୍ରୀ ଅନନ୍ୟା ପାଣ୍ଡେ । ଏନସିବି ଅଧିକାରୀ ସମୀର ୱାଙ୍ଖଡେଙ୍କ ପ୍ରଶ୍ନର ସାମ୍ନା କରିବେ ଅନନ୍ୟା । ସମୀର ୱାଙ୍ଖଡେଙ୍କ ସମେତ ଯାଞ୍ଚ ଅଧିକାରୀ ଭିଭି ସିଂହ ମଧ୍ୟ ରହିବେ ଉପସ୍ଥିତ ।

ଏହାପୂର୍ବରୁ ଅନନ୍ୟା ପାଣ୍ଡେଙ୍କ ଘରେ ପହଞ୍ଚିଥିଲା ଏନସିବି । ଅନନ୍ୟାଙ୍କୁ ଏନସିବି ସମନ ମିଳିବା ପରେ ଲିଗାଲ କାଉନସିଲ ଖୋଜୁଛନ୍ତି ତାଙ୍କ ବାପା ଚଙ୍କି ପାଣ୍ଡେ । ଅନନ୍ୟାଙ୍କୁ ପଚରାଉଚୁରା ପାଇଁ ଡକାଇଛି ଏନସିବି । ସେପଟେ ବଲିଉଡ ବାଦଶାହ ଶାହରୁଖ ଖାନଙ୍କୁ ମଧ୍ୟ ନୋଟିସ ଦେଇଛି ଏନସିବି ।

ଶାହରୁଖଙ୍କ ଘର ମନ୍ନତରେ ପହଞ୍ଚିଥିଲା ଏନସିବି । ସେଠାରେ କିଙ୍ଗ୍‌ ଖାନଙ୍କ ମ୍ୟାନେଜର ପୂଜା ଦଦଲାନିଙ୍କ ସହ ହୋଇଛି ସାକ୍ଷାତ । ମାମଲା ସହ ଜଡିତ କାଗଜପତ୍ର ପୂଜାଙ୍କୁ ଦେଇଛି ଏନସିବି । ତେବେ ମନ୍ନତର ରିସେପସନରୁ ହିଁ ଏନସିବି ଟିମ୍‌ ଫେରିଆସିଥିବା କୁହାଯାଉଛି ।

ABOUT THE AUTHOR

...view details