ଓଡିଶା

odisha

ETV Bharat / sitara

ଜମ୍ମୁ କାଶ୍ମୀର ରାଜ୍ୟପାଳ ସତ୍ୟପାଲଙ୍କୁ ଭେଟିଲେ ଆନନ୍ଦ କୁମାର

ସୁପର-30 କ୍ୟାମ୍ପେନିଂରେ ଆନନ୍ଦ କୁମାର ଦେଖା କରିଛନ୍ତି ଜମ୍ମୁ କାଶ୍ମୀରର ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କୁ । ଅର୍ଥନୈତିକ ସ୍ବଚ୍ଛଳ ନଥିବା ଛାତ୍ରଙ୍କ ପାଇଁ ମାଗଣା କୋଚିଂର ବ୍ୟବସ୍ଥା କରିବାକୁ ଚାହୁଁଛନ୍ତି ଆନନ୍ଦ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

By

Published : Aug 2, 2019, 1:03 AM IST

Updated : Aug 5, 2019, 4:00 PM IST

ହାଇଦ୍ରାବାଦ: ସୁପର-30 ଅଭିଯାନରେ କିଛି ଦିନ ହେବ ଆନନ୍ଦ କୁମାର ଅନେକ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ ସାକ୍ଷାତ କରୁଛନ୍ତି । ନିକଟରେ ଆନନ୍ଦ କୁମାର ଜମ୍ମୁ କାଶ୍ମୀରର ରାଜ୍ୟପାଳ ସତ୍ୟପାଲ୍ ମଲ୍ଲିକଙ୍କ ସହ ଦେଖା କରିବା ସହ ଆର୍ଥିକ ସ୍ବଚ୍ଛଳ ନଥିବା ଛାତ୍ରଙ୍କ ପାଠପଢାକୁ ନେଇ ଚର୍ଚ୍ଚା କରିଥିଲେ ।

ଏହାସହ ଯୋଗ୍ୟ ଛାତ୍ରଙ୍କୁ କୋଚିଂର ବ୍ୟବସ୍ଥା କରିବା ଦିଗରେ ଆନନ୍ଦ କରିଥିବା ପ୍ରୟାସ ବିଷୟରେ ମଧ୍ୟ ଆଲୋଚନା କରିଥିଲେ । ଅନ୍ୟପକ୍ଷେ ରାଜ୍ୟପାଳ ଆନନ୍ଦ କୁମାରଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ସୁପର-30କୁ ମଧ୍ୟ ଢେର ପ୍ରସଂଶା କରିଥିଲେ ଓ ରାଜ୍ୟରେ ଏହି ମୁଭିକୁ ଟ୍ୟାକ୍ସ ଫ୍ରି କରିବାକୁ କହିଥିଲେ ।

ନିକଟରେ ଆନନ୍ଦ ମୁମ୍ବାଇର ଆଇଆଇଟି ଛାତ୍ରଙ୍କ ସହ ଦେଖା କରିଥିଲେ ଓ ଆଗକୁ ବଢିବାକୁ ପ୍ରେରଣା ଦେଇଥିଲେ । ଏହାସହ ଓଡିଶା ଆସି ସୁପର-30ର ସ୍ପେଶାଲ ସ୍କ୍ରିନିଂରେ ଭାଗ ନେଇଥିଲେ । ତେବେ ଫିଲ୍ମଟି ବକ୍ସ ଅଫିସରେ ଜବରଦସ୍ତ ବ୍ୟବସାୟ କରିବା ସହ ଦର୍ଶକ ମଧ୍ୟ ଖୁବ ପସନ୍ଦ କରିଛନ୍ତି । ଫିଲ୍ମଟି 12 ଜୁଲାଇରେ ରିଲିଜ କରାଯାଇଥିଲା ।

Last Updated : Aug 5, 2019, 4:00 PM IST

ABOUT THE AUTHOR

...view details