ନୂଆଦିଲ୍ଲୀ : କୋରୋନାଠୁ ନିଜକୁ ସୁରକ୍ଷିତ ରଖିପାରୁନାହାଁନ୍ତି ସେଲିବ୍ରିଟି । ଜଣଙ୍କ ପରେ ଜଣେ ଏହି ସଂକ୍ରମଣରେ ସଂକ୍ରମିତ ହେବାରେ ଲାଗିଛନ୍ତି । ଏବେ ବଲିଉଡ ଅଭିନେତ୍ରୀ ସନ୍ନି ଲିଓନୀ ଏବଂ ସୋନାଲି ସେହଗାଲଙ୍କ ସ୍ପଟ୍ ବଏ କୋରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି । ଏହି କାରଣରୁ ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ବିକ୍ରମ ଭଟ୍ଟଙ୍କ ୱେବ୍ ସିରିଜ୍ 'ଅନାମିକା'ର ସୁଟିଂ ବନ୍ଦ ହୋଇଯାଇଛି ।
ବର୍ତ୍ତମାନ ଖବର ଆସିଛି ଯେ, ଅନାମିକା ସହ ଜଡିତ ଦୁଇଜଣ କ୍ରୁ ସଦସ୍ୟ କୋରୋନା ସଂକ୍ରମିତ ହୋଇଛନ୍ତି । ଏହି କାରଣରୁ ବିକ୍ରମ ଭଟ୍ଟଙ୍କୁ ଅନାମିକାର ସୁଟିଂ ବନ୍ଦ କରିବାକୁ ପଡିଛି । ବିକ୍ରମ ସୁଟିଂ ସମୟରେ ସମସ୍ତ ସତର୍କତା ଅବଲମ୍ବନ କରିଥିଲେ। ଏହି ୱେବ୍ ସିରିଜ୍ ଶେଷ କରିବାକୁ ଆଉ ମାତ୍ର 4 ଦିନ ଥିଲା । ତଥାପି ଏହା ପୂର୍ବରୁ କାଷ୍ଟଙ୍କ ସହ ଜଡିତ କର୍ମଚାରୀମାନେ କୋରୋନା ସଂକ୍ରମିତ ହୋଇଥିବା ଜଣାପଡିଛି ।