ମୁମ୍ବାଇ: ''କିତନେ ଆଦମି ଥେ ରେ କାଲିଆ'', ''ୟେ ହାଥ୍ ହମକୋ ଦେ ଦେ ଠାକୁର'', ''ତେରା କ୍ୟା ହୋଗା କାଲିଆ''। ଦୀର୍ଘ 30 ବର୍ଷ ପରେ ବି ଏହି ଡାଇଲଗ୍ ଶୁଣିଲେ ଥରି ଉଠେ ଦର୍ଶକଙ୍କ ଛାତି । ଆଉ ଏହାକୁ ଜୀବନ୍ତ ରଖିବାରେ ରହିଛି ଗୋଟିଏ ବ୍ୟକ୍ତିର ନାମ ଅମଜଦ୍ ଖାନ୍ ।
ବଲିଉଡର ଗବ୍ବର ସିଂହ ଅର୍ଥାତ୍ ଅମଜଦ୍ ଖାନ୍ । ଜଣେ ସଫଳ ତଥା ଲୋକପ୍ରିୟ କଳାକାର । ନିଜ ଫିଲ୍ମ କ୍ୟାରିୟରରେ ସେ ଉଭୟ ନେଗେଟିଭ୍ ଓ ପଜିଟିଭ୍ ଅଭିନୟ କରିଛନ୍ତି । ଫିଲ୍ମ ‘ସୋଲେ’ର ଗବ୍ବର ଚରିତ୍ର ଆଜି ବି ତାଙ୍କୁ ଦର୍ଶକଙ୍କ ହୃଦୟରେ ଜୀବିତ ରଖିଛି । ଆଜି ହେଉଛି ସେହି ମହାନ କଳାକାରଙ୍କ ଶ୍ରାଦ୍ଧବାର୍ଷିକୀ । ଆସନ୍ତୁ ଜାଣିବା ତାଙ୍କ ସମ୍ପର୍କରେ କିଛି ଅଜଣା କଥା ।
ଦିନଥିଲା ବିନା ଖଳନାୟକରେ ଭାରତୀୟ ସିନେମା କଥା ଚିନ୍ତା କରାଯାଉ ନଥିଲା। ଏପରି ବହୁ ଷ୍ଟାର ଖଳନାୟକ ଅଛନ୍ତି ଯେଉଁମାନଙ୍କ ସଫଳତାର ଛାଇରେ ଅଦୃଶ୍ୟ ହୋଇଯାଛନ୍ତି ବହୁ ହିରୋ କିମ୍ବା ହିରୋଇନ । ଆଉ ସେହିଭଳି ଜଣେ ଷ୍ଟାର ହେଉଛନ୍ତି ଅମଜଦ୍ ଖାନ୍ । ରୂପେଲି ପରଦାରେ ତାଙ୍କ ଡାଏଲଗ, ଗମ୍ଭୀର ସ୍ୱର ଓ ଚାଲି ସିନେମା ହଲରେ ଦର୍ଶକଙ୍କ ଛାତି ଥରାଇ ଦେଉଥିଲା ।