ଓଡିଶା

odisha

ETV Bharat / sitara

କୋଭିଡ଼ ସଚେତନତା କଲର ଟ୍ୟୁନ୍‌ରୁ ହଟିଲା ଅମିତାଭଙ୍କ ସ୍ବର - କଲର ଟ୍ୟୁନରେ ଅମିତାଭଙ୍କ ସ୍ବର

କଲର ଟ୍ୟୁନରେ ଅମିତାଭଙ୍କ ସ୍ବରରେ ବାଜୁଥିବା କୋଭିଡ଼ ସଚେତନତା ବାର୍ତ୍ତାକୁ ହଟାଇ ଦିଆଯାଇଛି । ଅଧିକ ପଢନ୍ତୁ...

Amitabh Bachchan's voice removed from caller tune on COVID-19 awareness
କୋଭିଡ଼ ସଚେତନତା କଲର ଟ୍ୟୁନ୍‌ରୁ ହଟିଲା ଅମିତାଭଙ୍କ ସ୍ବର

By

Published : Jan 18, 2021, 6:24 PM IST

ନୂଆଦିଲ୍ଲୀ: କୋଭିଡ -19 ସତର୍କତା ସହ ଜଡିତ କଲର ଟ୍ୟୁନ୍‌ରୁ ଅଭିନେତା ଅମିତାଭ ବଚ୍ଚନଙ୍କ ସ୍ବରକୁ ହଟାଯାଇଛି। ଦିଲ୍ଲୀ ହାଇକୋର୍ଟ ଏହି ଜନସ୍ବାର୍ଥ ମାମଲା (ପିଆଇଏଲ)କୁ ସୋମବାର ସମାଧାନ କରିଛନ୍ତି ।

ସାମାଜିକ କର୍ମୀ ତଥା ଆବେଦନକାରୀ ରାକେଶ, ଓକିଲ ଏ.କେ ଦୁବେ ଏବଂ ପୱନ କୁମାରଙ୍କ ମାଧ୍ୟମରେ ଅଭିନେତା ଅମିତାଭ ବଚ୍ଚନଙ୍କ ଚୟନ ଉପରେ ପ୍ରଶ୍ନ ଉଠାଇଥିଲେ। ଆବେଦନକାରୀ ରାକେଶଙ୍କ ପରାମର୍ଶଦାତା କୋର୍ଟଙ୍କୁ ଜଣାଇବା ପରେ ବଚ୍ଚନଙ୍କ ସ୍ବରରେ ଏହି କଲର୍ ଟ୍ୟୁନ୍‌କୁ ହଟାଇ ଦିଆଯାଇଛି ।

ଅମିତାଭ ଏହି କଲର ଟ୍ୟୁନ ପାଇଁ ଦେଇଥିବା ସ୍ବର ଲାଗି ଭାରତ ସରକାରଙ୍କ ଠାରୁ ଅର୍ଥ ନେଇଛନ୍ତି । ତେବେ ସରକାର ଅମିତାଭଙ୍କ ପରିବର୍ତ୍ତେ ଦେଶର କୋଭିଡ ଯୋଦ୍ଧା ଓ ସାମାଜିକ କର୍ମୀଙ୍କୁ ଏଥିଲାଗି ଚୟନ କରିବା ଉଚିତ ଥିଲା ବୋଲି ଆବେଦନକାରୀ ଅଭିଯୋଗ କରିଥିଲେ । କିଛି କୋଭିଡ ଯୋଦ୍ଧା ନିଜର କଷ୍ଟ ଅର୍ଜିତ ଅର୍ଥକୁ ଗରିବଙ୍କ ମଧ୍ୟରେ ବାଣ୍ଟି ଦେଇଛନ୍ତି । ତେବେ ଏହି ବ୍ୟକ୍ତିମାନେ ବିନା ଶୁଳ୍କରେ ଏହି କାର୍ଯ୍ୟ ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ସେ ଆବେଦନ ପତ୍ରରେ ଦର୍ଶାଇଥିଲେ ।

ଆବେଦନକାରୀ ବଚ୍ଚନଙ୍କ ବିରୋଧରେ ନିୟମ ଉଲ୍ଲଂଘନ କରିବାର ଅନେକ ମାମଲା ମଧ୍ୟ ଦର୍ଶାଇବା ସହ ସେ ସାମାଜିକ କର୍ମୀ ଭାବରେ ଦେଶ ସେବା କରୁନାହାଁନ୍ତି ବୋଲି ଅଭିଯୋଗ କରିଛନ୍ତି । ବଚ୍ଚନ ଦେଶର ଏଭଳି ସେବା ପାଇଁ ଉପଯୁକ୍ତ ବ୍ୟକ୍ତି ନୁହଁନ୍ତି ବୋଲି ସେ ଆବେଦନରେ ଦର୍ଶାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details