ଓଡିଶା

odisha

ବିଗ ବିଙ୍କୁ 15 ବର୍ଷ ବ୍ୟାନ କରିଥିଲା ମିଡିଆ !

ଏହି ସମୟରେ ସମସ୍ତଙ୍କ ସହ ଭଲ ସମ୍ପର୍କ ରଖୁଥିବା ସୁପରଷ୍ଟାର ଅମିତାଭ ବଚ୍ଚନ ମିଡିଆ ଦ୍ବାରା ବ୍ୟାନ ହୋଇଥିଲା। ହୁଏତଃ ଏକଥା ତାଙ୍କ ଫ୍ୟାନ୍ସଙ୍କୁ ଜଣାନଥିବ।

By

Published : Apr 23, 2020, 11:51 AM IST

Published : Apr 23, 2020, 11:51 AM IST

_amitabh bachchan
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅମିତାଭ ବଚ୍ଚନ

ମୁମ୍ବାଇ: ବି-ଟାଉନର ମହାନାୟକ ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରୁହନ୍ତି। ସେ କେବେ ମଧ୍ୟ ସାମାଜିକ, ରାଜନୈତି ପ୍ରସଙ୍ଗରେ ନିଜ ମତ ଦେବାକୁ ଭୁଲନ୍ତି ନାହିଁ। ସୋସିଆଲ ମିଡିଆ ବ୍ୟତୀତ ମିଡିଆ ସହ ମଧ୍ୟ ଅମିତାଭଙ୍କ ଭଲ ସମ୍ପର୍କ ଦେଖିବାକୁ ମିଳିଥାଏ। ହେଲେ ଏକଦା ଏମିତି ସମୟ ଥିଲା ଯେବେ ମିଡିଆ ସହ ତାଙ୍କର ସମ୍ପର୍କ ଭଲ ନଥିଲା। ଯାହାପାଇଁ ପ୍ରେସ ତାଙ୍କ ଉପରେ ପାଖାପାଖି 15 ବର୍ଷର ବ୍ୟାନ ଲଗାଇଦେଇଥିଲା।

କଥାଟି ହେଲା ଯେ ଜରୁରୀକାଳିନ ପରିସ୍ଥିତି ସମୟରେ ଫିଲ୍ମ ଖବର ପ୍ରକାଶିତ ହେବା ପାଇଁ ଏଣ୍ଟରଟେନମେଣ୍ଟ ଚ୍ୟାନେଲ୍ସ ଓ ସୋସିଆଲ ମିଡିଆ ଭଳି ମାଧ୍ୟମ ନଥିଲା । ଆଉ ଫିଲ୍ମ ନ୍ୟୁଜ ପାଇଁ ମାଗାଜିନ କେବଳ ଏକମାତ୍ର ଜରିଆ ଥିଲା । ଜରୁରୀକାଳିନ ପରିସ୍ଥିତି ପାଇଁ ଏହି ମାଗାଜିନକୁ ମଧ୍ୟ ସେନ୍ସର କରିଦିଆଯାଇଥିଲା । ଯାହାଦ୍ବାରା ସବୁ ମାଗାଜିନକୁ କ୍ଷତି ସହବାକୁ ପଡିଥିଲା।

ଚର୍ଚ୍ଚା ଜୋର ଧରିଥିଲା ଯେ ଅମିତାଭ ହିଁ ମଗାଜିନ ଉପରେ ବ୍ୟାନ ଲଗାଇଛନ୍ତି। ଏହାକୁ ଆଧାର କରି ମିଡିଆ ତରଫରୁ ତାଙ୍କ ଉପରେ ଅଘୋଷିତ ବ୍ୟାନ ଲଗାଯାଇଥିଲା । ମିଡିଆ ତରଫରୁ ବ୍ୟାନ ହେବା ଖବର କିଛି ଦିନ ପର୍ଯ୍ୟନ୍ତ ତାଙ୍କୁ ଜଣାନଥିଲା । ଆଉ ଯେବେ ଜଣାପଡିଲା ସେ ମଧ୍ୟ ମିଡିଆକୁ ବୟକଟ କରିଥିଲେ। ଶୁଣିବାକୁ ମିଳୁଥିଲା ଯେ ମାଗାଜିନକୁ ବ୍ୟାନ କରିବାରେ ଅମିତାଭଙ୍କ ହାତ ଏଥି ନ୍ତେ ଥିଲା କାରଣ ତାଙ୍କର ଗାନ୍ଧୀ ପରିବାର ସହ ଭଲ ସମ୍ପର୍କ ଥିଲା ।

ABOUT THE AUTHOR

...view details