ଓଡିଶା

odisha

ETV Bharat / sitara

ଟ୍ବିଟରରେ ହାତ ଯୋଡିଲେ ବିଗ ବି, ୟୁଜର୍ସ ମାଗିଲେ ପ୍ରତିକ୍ରିୟା - ଜେଏନୟୁରେ ଛାତ୍ର ଓ ଶିକ୍ଷକଙ୍କ ଉପରେ ଆକ୍ରମଣ

ସିଏଏ ଓ ଏନଆରସି ପରେ ଏବେ ଦେଶରେ ଜେଏନୟୁ ବିବାଦ ଚର୍ଚ୍ଚାର ବିଷୟ ପାଲଟିଛି । ଯାହା ବିରୋଧରେ ମୁମ୍ବାଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ବଲିଉଡ ଷ୍ଟାର୍ସ । ଇତିମଧ୍ୟରେ ବି-ଟାଉନର ମହାନାୟକ ଅମିତାଭ ବଚ୍ଚନଙ୍କ ଏକ ଟ୍ବିଟର ଇମୋଜିକୁ ନେଇ ୟୁଜର୍ସ ମାଗିଲେ ପ୍ରତିକ୍ରିୟା ।

amitabh bachchan tweets
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅମିତାଭ ବଚ୍ଚନ ଫ୍ୟାନକ୍ଲବ

By

Published : Jan 8, 2020, 1:33 PM IST

ମୁମ୍ବାଇ: ମେଗାଷ୍ଟାର ଅମିତାଭ ବଚ୍ଚନ ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ନଜର ଆସନ୍ତି । ଆଉ ତାଙ୍କ ସୋସିଆଲ ମିଡିଆ ପୋଷ୍ଟ ଖୁବ୍ ଭାଇରାଲ ମଧ୍ୟ ହୁଏ । ଇତିମଧ୍ୟରେ ତାଙ୍କର ଏକ ନୂଆ ଟ୍ବିଟ ଚର୍ଚ୍ଚାର ବିଷୟ ପାଲଟିଛି । ବିଗ ବିଙ୍କ ଏହି ଟ୍ବିଟକୁ ଜେଏନୟୁରେ ଛାତ୍ର ଓ ଶିକ୍ଷକଙ୍କ ଉପରେ ହୋଇଥିବା ଆକ୍ରମଣ ସହ ସମ୍ପୃକ୍ତ କରାଯାଇଛି । ସୋସିଆଲ ମିଡିଆ ୟୁଜର୍ସଙ୍କ ଅନୁଯାୟୀ ଅମିତାଭ ବିନା କଥାରେ ଏହି ମାମଲାରେ ନିଜର ପ୍ରତିକ୍ରିୟା ଦେଇଛନ୍ତି । ଏହାସହ ସୋସିଆଲ ମିଡିଆ ୟୁଜର୍ସ ଜେଏନୟୁ ମାମଲାରେ ତାଙ୍କ ପ୍ରତିକ୍ରିୟାର ଦାବି ମଧ୍ୟ କରୁଥିବାର ନଜର ଆସୁଛନ୍ତି ।

ଫଟୋ ସୌଜନ୍ୟ: ଟ୍ବିଟର@ଅମିତାଭ ବଚ୍ଚନ ଫ୍ୟାନକ୍ଲବ

ଅମିତାଭ ରବିବାର ବିଳମ୍ବ ରାତିରେ ଟ୍ବିଟରରେ ଏକ ହାତ ଯୋଡୁଥିବା ଇମୋଜି ଟ୍ବିଟ କରିଥିଲେ । ତାଙ୍କ ଏହି ଟ୍ବିଟକୁ ଏଯାବତ 454 ଥର ରିଟ୍ବିଟ କରାସରିଲାଣି । ସେହିପରି ଏହାକୁ 8.5 ହଜାରଥର ଲାଇକ୍ସ ମଧ୍ୟ ମିଳିଛି । ବିଗ ବିଙ୍କ ଏହି ଟ୍ବିଟ ସେହି ସମୟର ଯେତେବେଳେ କିଛି ଦୂର୍ବୃତ୍ତ ଜେଏନୟୁ ପରିସରରେ ଜବରଦସ୍ତି ପଶି ଛାତ୍ର ଓ ଶିକ୍ଷକଙ୍କ ଉପରେ ଆକ୍ରମଣ କରିଥିଲେ ।

ଅନେକ ସୋସିଆଲ ମିଡିଆ ୟୁଜର୍ସ ଅମିତାଭଙ୍କୁ ବର୍ତ୍ତମାନର ପରିସ୍ଥିତି ଉପରେ ବିଚାର ପ୍ରକଟ କରିବାକୁ କହିଛନ୍ତି । ପ୍ରକାଶ ଥାଉକି ଅମିତାଭ ଏଯାବତ ଏହି ମାମଲା ଉପରେ କୌଣସି ସଠିକ୍ ପ୍ରତିକ୍ରିୟା ଦେଇନାହାଁନ୍ତି । ରବିବାର ସନ୍ଧ୍ୟାରେ ଜେଏନୟୁରେ ହୋଇଥିବା ଆକ୍ରମଣ ବିରୋଧରେ ବଲିଉଡର ଅନେକ ଫେମସ ଷ୍ଟାର୍ସ ମୁମ୍ବାଇ ବାନ୍ଦ୍ରାସ୍ଥିତ କାର୍ଟର ରୋଡରେ ଏକଜୁଟ ହୋଇ ବିରୋଧ ପ୍ରଦର୍ଶନ କରିଥିଲେ । ହେଲେ ଏଥିରେ ମଧ୍ୟ ବିଗ ବି ଉପସ୍ଥିତ ନଥିଲେ ।

ABOUT THE AUTHOR

...view details