ନୂଆଦିଲ୍ଲୀ: ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ବୟସ ବଢିବା ସହିତ ତାଙ୍କ ଚଳଚ୍ଚିତ୍ର ସଂଖ୍ୟା ମଧ୍ୟ ଅଧିକ ହେବାରେ ଲାଗିଛି ।
ବର୍ତ୍ତମାନ ଏକ ରିପୋର୍ଟ ଅନୁଯାୟୀ, ରାଜଶ୍ରୀ ପ୍ରଡକ୍ସନ୍ସ ସହିତ ସୁରଜ ବଡଜାତ୍ୟା ଏକ ପାରିବାରିକ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଯାଉଛନ୍ତି । ଯେଉଁଥିରେ ଅମିତାଭ ବଚ୍ଚନଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ । ଏହି ଚଳଚ୍ଚିତ୍ରର ସୁଟିଂ 2021ର ପ୍ରଥମ 3 ମାସ ମଧ୍ୟରେ ଆରମ୍ଭ ହୋଇପାରେ ।