ଡେରାଡୁନ୍: ବଲିଉଡ ଷ୍ଟାର ଅମିତାଭ ବଚ୍ଚନ ଖୁବ୍ ଶୀଘ୍ର ଉତ୍ତରାଖଣ୍ଡ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ଏକ ରିଆଲିଟି ଶୋ ର ହୋଷ୍ଟ କରିବେ ।
ଉତ୍ତରାଖଣ୍ଡ ମନ୍ତ୍ରୀମଣ୍ତଳ ଦ୍ବାରା ଶୁକ୍ରବାର ରାତିରେ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ପ୍ରସଙ୍ଗରେ ନିଷ୍ପତ୍ତି ନିଆଯାଇଛି ।
ବରିଷ୍ଠ ବଲିଉଡ ଅଭିନେତାଙ୍କ ଦ୍ବାରା ହୋଷ୍ଟ ହେବାକୁ ଥିବା '100 ଡେଜ୍ ଇନ ହେବେନ୍' ନାମକ ଏହି ସୋ ଅନେକ ଟିଭି ନ୍ୟୁଜ୍ ଏବଂ ମନୋରଞ୍ଜନ ଚ୍ୟାନେଲରେ ପ୍ରସାରିତ ହେବ ବୋଲି କ୍ୟାବିନେଟ ମନ୍ତ୍ରୀ ଏବଂ ରାଜ୍ୟ ସରକାରଙ୍କ ମୁଖପାତ୍ର ମଦନ କୌଶିକ କହିଛନ୍ତି ।