ଗାନ୍ଧୀନଗର: ଆଜି ବିଗ୍ ବି ଅମିତାଭ ବଚ୍ଚନଙ୍କ 78ତମ ଜନ୍ମଦିନ । ଏହି ଅବସରରେ ସାରା ଦେଶରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି । ଏହାରି ମଧ୍ୟରେ ବିଗ୍ ବିଙ୍କର ଜଣେ ଫ୍ୟାନ ତାଙ୍କର 7000 ଫଟୋ ଏବଂ ପୋଷ୍ଟରଗୁଡ଼ିକୁ ଆଜି ପର୍ଯ୍ୟନ୍ତ ସାଇତି ରଖିଥିବା ପ୍ରକାଶ କରିଛନ୍ତି ।
ଗୁଜୁରାଟ ସୁରଟର ସୁପର ଫ୍ୟାନ ଦିବ୍ୟଶ କୁମାର ଦୀର୍ଘ ଦୁଇ ଦଶନ୍ଧି ହେବ ମେଗାଷ୍ଟାର ଅମିତା ବଚ୍ଚନଙ୍କର ଫଟୋ ସଂଗ୍ରହ କରୁଛନ୍ତି । ଯାହାକୁ ସେ ଛୋଟ ଛୋଟ ପାସପୋର୍ଟ ସାଇଜ ଫଟୋ ଆକାରରେ ନିଜ ଘରେ ସଜାଇ ରଖିଛନ୍ତି । ଦିବ୍ୟଶ କୁମାର 1999 ମସିହାରୁ ବିଗ୍ ବିଙ୍କର 7,000 ରୁ ଅଧିକ ଫଟୋ ସଂଗ୍ରହ କରିଛନ୍ତି।
ଏନେଇ ସେ କହିଛନ୍ତି, ମୁଁ 1999 ମସିହାରୁ ଅମିତାଭ ଜୀଙ୍କର ଫଟୋ ସଂଗ୍ରହ କରିବା ଆରମ୍ଭ କରିଥିଲି। ପାସପୋର୍ଟ ଆକାରର ଫଟୋ ଠାରୁ ଆରମ୍ଭ କରି ଚଳଚ୍ଚିତ୍ର ପୋଷ୍ଟର ପର୍ଯ୍ୟନ୍ତ ମୁଁ ସବୁ ପ୍ରକାରର ଫଟୋ ସଂଗ୍ରହ କରିଥିଲି। ଯେତେବେଳେ ବି ମୁଁ ତାଙ୍କର ଏକ ନୂଆ ଫଟୋ ପାଇଥାଏ ମୁଁ ତାହାକୁ କାଟି ଏକ ଆଲବମରେ ସାଇତି ରଖିଥାଏ । ଏପର୍ଯ୍ୟନ୍ତ ମୁଁ 7,000 ରୁ ଅଧିକ ଫଟୋ ସଂଗ୍ରହ କରିଛି ବୋଲି ଦିବ୍ୟଶ କୁମାର କହିଛନ୍ତି।
ଏହାସହ ସେ କହିଛନ୍ତି, ଅମିତା ବଚ୍ଚନଙ୍କ 78 ତମ ଜନ୍ମଦିନ ଅବସରରେ ମୁଁ ତାଙ୍କ ଦୀର୍ଘ ଏବଂ ସୁଖମୟ ଜୀବନ କାମନା କରିଛି । କୁମାର ଆହୁରି ମଧ୍ୟ କହିଛନ୍ତି ଯେ, ଅମିତାଭ ବଚ୍ଚନଜୀ ତାଙ୍କ ମୃତ୍ୟୁ ପରେ ଅଙ୍ଗଦାନ କରିବାକୁ ନିଷ୍ପତ୍ତି ନେଇ ଏକ ଉତ୍ତମ କାର୍ଯ୍ୟ କରିଛନ୍ତି। ଏଣୁ ମୁଁ ଏବଂମୋ ପରିବାର ତାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ମୃତ୍ୟୁ ପରେ ଅଙ୍ଗ ଦାନ କରିବାକୁ ନିଷ୍ପତ୍ତି ନେଇଛୁ ।