ଓଡିଶା

odisha

‘ଝୁଣ୍ଡ’ ଫିଲ୍ମ: ଅମିତାଭଙ୍କ ଫାଷ୍ଟଲୁକ ପୋଷ୍ଟର ଜାରି

ଏଥର ଗରିବ ପିଲାକୁ ଫୁଟବଲ ଶିଖାଇବେ ଅମିତାଭ ବଚ୍ଚନ । ‘ଝୁଣ୍ଡ’ରେ ସାଜିବେ ଫୁଟବଲ ମାଷ୍ଟର । ଜାରି ହେଲା ଫିଲ୍ମର ଫାଷ୍ଟଲୁକ ପୋଷ୍ଟର ।

By

Published : Jan 20, 2020, 2:29 PM IST

Published : Jan 20, 2020, 2:29 PM IST

amitabh bachchan
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅମିତାଭ ବଚ୍ଚନ

ମୁମ୍ବାଇ: ବର୍ତ୍ତମାନ ମହାନାୟକ ଅମିତାଭ ବଚ୍ଚନ ନିଜର ଅନେକ ଫିଲ୍ମକୁ ନେଇ ଚର୍ଚ୍ଚାରେ । ଇମରାନ ହାସମୀଙ୍କ ସହ ‘ଚେହରେ’, ଆୟୁଷ୍ମାନ ଖୁରାନାଙ୍କ ସହ ‘ଗୁଲାବୋ ସିତାବୋ’ ଆଉ ‘ଝୁଣ୍ଡ’ ସହ ପରଦାକୁ ଫେରିବେ ଅମିତାଭ । ଇତିମଧ୍ୟରେ ‘ଝୁଣ୍ଡ’ ଫିଲ୍ମରୁ ଅମିତାଭଙ୍କ ଫାଷ୍ଟଲୁକ ପୋଷ୍ଟର ଜାରି କରିଦିଆଯାଇଛି । ଯାହାକୁ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କ ପାଇଁ ସେୟାର କରିଛନ୍ତି ଅମିତାଭ ।

ଫିଲ୍ମ ‘ଝୁଣ୍ଡ’ରେ ଅମିତାଭ ଏକ ଏମିତି ରିଟାୟର୍ଡ ସ୍ପୋର୍ଟ ପ୍ରଫେସର ରୋଲରେ ଅଭିନୟ କରୁଛନ୍ତି, ଯିଏ ଗରିବ ପିଲାଙ୍କୁ ଫୁଟବଲ ଟ୍ରେନିଂ ଦେଇଛନ୍ତି । ଏହି ଫିଲ୍ମ ଜରିଆରେ ‘ସାଇରତ’ ଫିଲ୍ମର ଷ୍ଟାର୍ସ ରିଙ୍କୁ ରାଜଗୁରୁ ଓ ଆକାଶ ତୋମର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ।

ଇନଷ୍ଟାଗ୍ରାମରେ ପୋଷ୍ଟର ସେୟାର କରି ଅମିତାଭ ଲେଖିଛନ୍ତି, ‘ଝୁଣ୍ଡର ପ୍ରଥମ ଝଲକ ।’ ଏହି ପୋଷ୍ଟରେ ବିଗ ବି ଏକ ସ୍ଲମ ଅଞ୍ଚଳକୁ ଅନାଇ ଠିଆ ହୋଇଥିବାର ନଜର ଆସୁଛନ୍ତି । ପୋଷ୍ଟରରେ ଅମିତାଭଙ୍କ ଚେହେରା ଦେଖାଯାଉନାହିଁ । ତାଙ୍କର ବ୍ୟାକ ଦେଖିବାକୁ ମିଳୁଛି । ପୋଷ୍ଟରରେ ଭଙ୍ଗା ଗାଡି ସହ ଫୁଟବଲ ରଖାଯାଇଥିବାର ଦେଖାଉଛି ।

ପ୍ରକାଶ ଥାଉକି ‘ଝୁଣ୍ଡ’ ସ୍ଲମ ସକର(slum soccer) ଏନଜିଓ ଚଲାଉଥିବା ସାମାଜିକ କାର୍ଯ୍ୟକର୍ତ୍ତା ବିକାସ ବରସେଙ୍କ ଜୀବନକୁ ନେଇ ଆଧାରିତ । ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଉଛନ୍ତି ମରାଠୀ ସୁପରହିଟ୍ ଫିଲ୍ମ ‘ସାଇରତ’ର ନିର୍ଦ୍ଦେଶକ ନାଗରାଜ ମଞ୍ଜୁଲେ । ଫିଲ୍ମର ରିଲିଜ ତାରିଖ ଏଯାବତ ଘୋଷଣା ହୋଇନାହିଁ ।

ABOUT THE AUTHOR

...view details