ମୁମ୍ବାଇ: ବଲିଉଡ ମହାନାୟକ ଅମିତାଭ ବଚ୍ଚନ ଯେମିତି ନିଜ କାମରେ ସବୁବେଳେ ସକ୍ରିୟ ଥାଆନ୍ତି ଠିକ୍ ସେହିପରି ସେ ସୋସିଆଲ ମିଡିଆରେ ମଧ୍ୟ ରୁହନ୍ତି । ସେ ନିଜ ଫ୍ୟାନ୍ସଙ୍କ ସବୁ ଛୋଟ ବଡ କଥା ସେୟାର କରୁଥିବାର ନଜର ଆସିଥାଆନ୍ତି । ଅମିତାଭଙ୍କ ଏହି କାମକୁ ଫ୍ୟାନ୍ସ ଖୁବ୍ ପସନ୍ଦ କରନ୍ତି ।
ଇତିମଧ୍ୟରେ ଅମିତାଭ ଏକ ବ୍ଲାକ ଆଣ୍ଡ ହ୍ବାଇଟ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଫଟୋରେ ଯିଏ ନଜର ଆସୁଛନ୍ତି ତାଙ୍କୁ ଚିହ୍ନିବା ଫ୍ୟାନ୍ସଙ୍କ ପାଇଁ ହୁଏତଃ କଷ୍ଟ ଦାୟକ ହେବ । କାରଣ ଫଟୋରେ ବେବି କରୀନା କପୁର ନଜର ଆସୁଛନ୍ତି । ଫଟୋରେ ସବୁଠାରୁ ମଜାଦର କଥା ହେଲା କି ଅମିତାଭ ବେବି କରୀନାଙ୍କ ଗୋଡରେ ବାମ ଲଗାଇଥିବାର ଦେଖାଯାଇଛନ୍ତି ।