ମୁମ୍ବାଇ: ବିଗ ବି ଅମିତାଭ ବଚ୍ଚନ ବର୍ତ୍ତମାନ ନିଜ ଆଗାମୀ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ସୁଟିଂରେ ଖୁବ୍ ବ୍ୟସ୍ତ। ଏହି ଫିଲ୍ମରେ ତାଙ୍କ ସହ ରଣବୀର କପୁର, ଆଲିୟା ଭଟ୍ଟ, ମୌନୀ ରାୟ ଓ ନାଗାର୍ଜୁନ ମୁଖ୍ୟ ଭୂମିକାରେ ନଜର ଆସିବେ। ଏବେ ଫିଲ୍ମର ସୁଟିଂ ମୁମ୍ବାଇରେ ଚାଲିଛି। ନିକଟରେ ସେ ରଣବୀରଙ୍କ ସହ ଫଟୋ ସେୟାର କରି ତାଙ୍କର ଖୁବ୍ ପ୍ରଶଂସା କରିଥିଲେ। ଆଉ ଏବେ ସେ ଆଲିୟାଙ୍କ ଫଟୋ ସୋସିଆଲ ମିଡିଆରେ ସେୟାର କରି ପ୍ରଶଂସା କରିଛନ୍ତି।
ସେ ଆଲିୟାଙ୍କୁ ଆଲିଙ୍ଗନ କରୁଥିବାର ଏକ ବ୍ଲାକ ଆଣ୍ଡ ହ୍ବାଇଟ ଫଟୋ ସେୟାର କରିଛନ୍ତି । ଏହାର କ୍ୟାପସନରେ ସେ ଲେଖିଛନ୍ତି, ‘ଆଲିୟା ଶାନଦାର ରୂପେ ନିଜ ସଟ ଦିଅନ୍ତି । ଆଉ ଭୂମିକାରୁ ବାହାରକୁ ମଧ୍ୟ ଆସିଯାଆନ୍ତି। ସେ ସୁପର ଟ୍ୟାଲେଣ୍ଟେଡ ଏବଂ ଯୋଶରେ ଭରା ଅଭିନେତ୍ରୀ।’