ଓଡିଶା

odisha

By

Published : Dec 5, 2020, 2:00 PM IST

ETV Bharat / sitara

ଅମିତାଭଙ୍କ ବିସ୍ମୟ ଚେହେରା, ମଜାଦାର କମେଣ୍ଟ କଲେ ଫ୍ୟାନ୍ସ

ଭାଇରାଲ ହେଲା ଅମିତାଭଙ୍କ ଇନଷ୍ଟାଗ୍ରାମ ପୋଷ୍ଟ । ଏଥର ସେ ନିଜର କ୍ଲୋଜ ସେଲ୍ଫି ଫଟୋ ପୋଷ୍ଟ କରି ଚର୍ଚ୍ଚାରେ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅମିତାଭ ବଚ୍ଚନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅମିତାଭ ବଚ୍ଚନ

ମୁମ୍ବାଇ: ଯେମିତି ଫିଲ୍ମ ସେମିତି ସୋସିଆଲ ମିଡିଆରେ ମଧ୍ୟ ସବୁବେଳେ ସକ୍ରିୟ ରୁହନ୍ତି ବିଗ ବି ଅମିତାଭ ବଚ୍ଚନ । ସେ ଫ୍ୟାନ୍ସଙ୍କ ସହ କନେକ୍ଟ ରହିବା ପାଇଁ ସବୁବେଳେ ଚେଷ୍ଟା କରନ୍ତି । ସେ ନିଜ ସହ ସମ୍ପୃକ୍ତ କିଛି ନା କିଛି ସେୟାର କରି ଚର୍ଚ୍ଚାରେ ଆସନ୍ତି । ଏଥର ମଧ୍ୟ ଏମିତି କିଛି ଦେଖିବାକୁ ମିଳୁଛି । ସୋସିଆଲ ମିଡିଆରେ ଭାଇରାଲ ହେଉଛି ତାଙ୍କ ନୂଆ ପୋଷ୍ଟ । ସେ ନିଜର କିଛି କ୍ଲୋଜ ସେଲ୍ଫି ଫଟୋ ପୋଷ୍ଟ କରି ମଜାଦାର କ୍ୟାପସନ ଲେଖିଛନ୍ତି ।

ସେହିପରି ଫଟୋରେ ଦେଖିବାକୁ ମିଳୁଛି ତାଙ୍କ ଚମତ୍କାର ଏକ୍ସପ୍ରେସନ । ଆଉ ଏହାର କ୍ୟାପସନରେ ଲେଖିଛନ୍ତି, ‘ମୋର ବିସ୍ମୟ ଅବିଶ୍ବାସର ଏକ ଭୟଙ୍କର ଭାବନାକୁ ବାଟ ଦିଏ ।’ ଫ୍ୟାନ୍ସ ମଧ୍ୟ ବର୍ତ୍ତମାନ ମଜାଦାର କମେଣ୍ଟ କରିବାରେ ଲାଗିଛନ୍ତି ।

ପ୍ରକାଶ ଥାଉକି ବ୍ୟାକ ଟୁ ବ୍ୟାକ ଫିଲ୍ମ ନେଇ ଫେରିବେ ଅମିତାଭ । ତାଙ୍କ ଅଭିନୀତ ଫିଲ୍ମ ‘ଝୁଣ୍ଡ’, ‘ବ୍ରହ୍ମାସ୍ତ୍ର’ ଖୁବଶୀଘ୍ର ରିଲିଜ ହେବ । ଏହାବ୍ୟତୀତ ନିକଟରେ ଅଜୟ ଦେବଗନଙ୍କ ନିର୍ଦ୍ଦେଶନାରେ ନିର୍ଦ୍ଦେଶିତ ହେବାକୁ ଯାଉଥିବା ଫିଲ୍ମ ‘ମେ ଡେ’ରେ ଅମିତାଭ ସାମିଲ ହେବା କଥା ଘୋଷଣା କରିଥିଲେ ମେକର୍ସ । ସେହିପରି ପରି ଫିଲ୍ମରେ ଦେଖାଯିବେ ରକୁଲ ପ୍ରୀତ ସିଂ ।

ABOUT THE AUTHOR

...view details