ଓଡିଶା

odisha

ETV Bharat / sitara

ହଲିଉଡ ଫିଲ୍ମ ରିଜେକ୍ଟ କଲେ ବିଗ-ବି

ବିଗ-ବି ଅମିତାଭ ବଚ୍ଚନ ଖୁବ୍ ଶୀଘ୍ର 'ବ୍ରହ୍ମାସ୍ତ୍ର' ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି । ଏହା ଏକ ମଲ୍ଟି ଷ୍ଟାରର ଫିଲ୍ମ । ଇତିମଧ୍ୟରେ ସେ ଏକ ହଲିଉଡ ଫିଲ୍ମକୁ ରିଜେକ୍ଟ କରିଦେଇଛନ୍ତି । ତେବେ ଆସନ୍ତୁ ଜାଣିବା ଏହାର କାରଣ...

By

Published : Apr 9, 2019, 9:54 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ଅମିତାଭ ବଚ୍ଚନ

ମୁମ୍ବାଇ: ବଲିଉଡ ମହାନାୟକ ଅମିତାଭ ବଚ୍ଚନ ନିଜର ଆଗାମି ଫିଲ୍ମ 'ତେରା ୟାର ହୁଁ ମେଁ'ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମଟି ହିନ୍ଦୀ, ବଙ୍ଗଳା ଏବଂ ତାମିଲ ଭାଷାରେ ରିଲିଜ ହେବ । କିନ୍ତୁ ଇତିମଧ୍ୟରେ ଏମିତି ଖବର ଶୁଣିବାକୁ ମିଳୁଛି ଯେ ଅମିତାଭଙ୍କୁ ହଲିଉଡ ଫିଲ୍ମରୁ ଏକ ଚରିତ୍ର ଅଫର ହୋଇଛି । ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା କି ଅମିତାଭ ସେହି ହଲିଉଡ ଫିଲ୍ମ ଅଫରକୁ ରିଜେକ୍ଟ କରିଦେଇଛନ୍ତି । ଯାହା ଶୁଣି ଆଶ୍ଚର୍ଯ୍ୟ ତାଙ୍କ ଫ୍ୟାନ୍ସ ।

ପ୍ରକାଶ ଥାଉକି ଅମିତାଭଙ୍କୁ ନିର୍ଦ୍ଦେଶକରେ ଡେବ୍ୟୁ କରୁଥିବା ଓସ୍କାର ବିଜେତା ରସେଲ ପୋକ୍ୟୁଟି ନିଜର ଅପକମିଂ ଫିଲ୍ମରେ ପାକିସ୍ତାନୀ ରୋଲ ଅଫର କରିଛନ୍ତି ।

ପ୍ରଥମେ ଅମିତାଭ ଏହି ଫିଲ୍ମ କରିବାକୁ ରାଜି ହୋଇଯାଇଥିଲେ । କିନ୍ତୁ ଫିଲ୍ମ 'ବ୍ରହ୍ମାସ୍ତ୍ର' ଏବଂ 'ତେରୀ ୟାର ହୁଂ ମେଁ' ସୁଟିଂର ବ୍ୟସ୍ତତା ପାଇଁ ହଲିଉଡ ଫିଲ୍ମର ସୁଟିଂ ପାଇଁ ତାଙ୍କ ପାଖରେ ସମୟ ନାହିଁ । ଅନ୍ୟପଟେ ଅମିତାଭ ଫିଲ୍ମରେ ଅଭିନୟ ପାଇଁ ମନା କରିବାର କାରଣ ତାଙ୍କ ଭୂମିକା କୁହାଯାଉଛି । ଭାରତ-ପାକିସ୍ତାନ ମଧ୍ୟରେ ପରିସ୍ଥିତି ଭଲ ନଥିବାରୁ ଅମିତାଭ ଫିଲ୍ମରେ ପାକିସ୍ତାନୀ ଭୂମିକାରେ ଅଭିନୟ କରିବାକୁ ମନା କରିଦେଇଛନ୍ତି । ଦୁଇ ବର୍ଷ ପୂର୍ବେ ଯେବେ ରସେଲ ଓ ଅମିତାଭ ମଧ୍ୟରେ ଏହି ଫିଲ୍ମର ସ୍କ୍ରିପ୍ଟ ଉପରେ କଥାବାର୍ତ୍ତା ଚାଲିଥିଲା ତେବେ ତାଙ୍କୁ ସ୍କ୍ରିପ୍ଟ ଖୁବ୍ ପସନ୍ଦ ଆସିଥିଲା । କିନ୍ତୁ ଏବେ ସେ ଏପରି ଫିଲ୍ମ କରିବାକୁ ଚାହୁଁନାହାଁନ୍ତି ଯେଉଁଥିରେ ତାଙ୍କ ଭୂମିକା ପାକିସ୍ତାନୀ ହେବ ।

ABOUT THE AUTHOR

...view details