ଓଡିଶା

odisha

By

Published : Jun 10, 2020, 8:06 PM IST

ETV Bharat / sitara

ଦିବ୍ୟାଙ୍କ ପ୍ରଶଂସାରେ ବିଗ ବି

ଏପ୍ରିଲ 28ରେ ନିଜର ଏକ କବିତା ସେୟାର କରି ଚର୍ଚ୍ଚାରେ ଆସିଥିଲେ ଅଭିନେତ୍ରୀ ଦିବ୍ୟା ଦତ୍ତ । ଏବେ ଏହାର ପ୍ରଂଶାସ କରିଛନ୍ତି ଅମିତାଭ ।

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ଲୋକପ୍ରିୟ ଅଭିନେତ୍ରୀ ଦିବ୍ୟା ଦତ୍ତ ଲକଡାଉନର ଏହି ପରିସ୍ଥିତି ଉପରେ ଏକ କବିତା ଲେଖି ଚର୍ଚ୍ଚାରେ । ଯାହାର ପ୍ରଶଂସା ସବୁ ମହଲରେ ବର୍ତ୍ତମାନ କରାଯାଉଛି । ହେଲେ ମହାନାୟକ ଅମିତାଭ ବଚ୍ଚନଙ୍କ ଠୁ ପ୍ରଶଂସା ପାଇ ତାଙ୍କ ଖୁସି ନକହିଲେ ସରେ । ସେ ଏପ୍ରିଲ 28 ତାରିଖରେ ୟୁଟ୍ୟୁବରେ ନିଜର ଏକ କବିତା ଭିଡିଓ ଅପଲୋଡ କରିଥିଲେ । ଇତିମଧ୍ୟରେ ଅମିତାଭ ନଜର ସେହି କବିତା ଉପରେ ପଡିବାରୁ ସେ ପ୍ରଶଂସା କରିବସିଛନ୍ତି ।

ପ୍ରକାଶ ଥାଉକି ଦିବ୍ୟାଙ୍କ ଏହି କବିତା ଆମ ଜୀବନର ସେହି ଛୋଟ ଛୋଟ ଜିନିଷ ପ୍ରକାଶ କରୁଛି, ଯାହା ଲକଡାଉନ ପରେ ଦିନଚର୍ଯ୍ୟାରେ ବଦଳିଯାଇଛି ।

ସେ ଏହି କବିତା ଜରିଆରେ ଲୋକଙ୍କୁ ବାର୍ତ୍ତା ଦେବାକୁ ଚାହୁଁଥିଲେ ଯେ ସଙ୍କଟ ସମୟରେ ଯେଉଁ ଶିକ୍ଷା ମିଳିଛି ତାହା ସର୍ବଦା ମନେ ରଖନ୍ତୁ । ସେହିପରି ତାଙ୍କ କବିତାର ନାମ ହେଲା ‘ଜବ ସହ ଠିକ ହୋଗା ନା ।’

ABOUT THE AUTHOR

...view details