ମୁମ୍ବାଇ: ମେଗାଷ୍ଟାର ଅମିତାଭ ବଚ୍ଚନ 'ଲୁଟକେସ୍' ଫିଲ୍ମ ଦେଖିବା ପରେ ଅଭିନେତା କୁନାଲ ଖେମୁଙ୍କୁ ଏକ ଲିଖିତ ବାର୍ତ୍ତା ପଠାଇଛନ୍ତି । ଯାହା ଉପରେ କୁନାଲ କହିଛନ୍ତି, ଏହା ମୋ ପାଇଁ ବହୁତ ବଡ଼ କଥା ।
କୁନାଲ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ବିଗ୍ ବି ଲେଖିଥିବା ଏକ ଚିଠି ପୋଷ୍ଟ କରିଛନ୍ତି ।
ଯେଉଁଥିରେ ବିଗ ବି ଲେଖିଛନ୍ତି ଯେ, କୁନାଲ ମୁଁ କିଛି ଦିନ ପୂର୍ବରୁ ତୁମର ଫିଲ୍ମ 'ଲୁଟକେସ୍' ଦେଖିଥିଲି । ମୁଁ ଏହି ଫିଲ୍ମଟିକୁ ବହୁତ ଉପଭୋଗ କରିଛି । ସ୍କ୍ରିପ୍ଟ,, ନିର୍ଦ୍ଦେଶନା ଏବଂ କୋ-ଷ୍ଟାରଙ୍କ ଭୂମିକା ଚମତ୍କାର ଅଟେ ।
ଏହି ଫିଲ୍ମରେ ତୁମର ଚମତ୍କାର ଅଭିନୟ ମତେ ବହୁତ ପସନ୍ଦ ଆସିଛି । ତୁମେ ସବୁବେଳେ ଖୁସିରେ ରୁହ । ଅମିତାଭ ବଚ୍ଚନଙ୍କ ଭଲପାଇବା ।