ଓଡିଶା

odisha

ETV Bharat / sitara

ରାଗିଲେ ଅମିତାଭ, ଭାଇରାଲ ଟ୍ବିଟ - ମହାନାୟକ ଅମିତାଭ ବଚ୍ଚନଙ୍କ ଦୁଇଟି ନୂଆ ଟ୍ବିଟ

ସବୁଥର ପରି ଏଥର ମଧ୍ୟ ଭାଇରାଲ ହେଲେ ମହାନାୟକ ଅମିତାଭ ବଚ୍ଚନଙ୍କ ଦୁଇଟି ନୂଆ ଟ୍ବିଟ। ହେଲେ ରାଗ ଅନ୍ଦାଜରେ ନଜର ଆସିଲେ ସେ । ଯାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି ଫ୍ୟାନ୍ସ।

amitabh bachchan
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

By

Published : Mar 11, 2020, 11:24 PM IST

ମୁମ୍ବାଇ: ବିଗ ବି ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ନଜର ଆସନ୍ତି । ତାଙ୍କ ଟ୍ବିଟରୁ ପ୍ରଶଂସକ ଅନ୍ଦାଜା ମଧ୍ୟ ଲଗାଇଦିଅନ୍ତି ତାଙ୍କ ଜୀବନରେ କଣ ଚାଲିଛି । ମଙ୍ଗଳବାର ହୋଲି ଅବସରରେ ସେ ପରିବାରର ଏକ ପୁରୁଣା ଫଟୋ ସେୟାର କରି ସମସ୍ତଙ୍କୁ ହୋଲିର ଶୁଭେଚ୍ଛା ଜଣାଇଥିଲେ । ଆଉ ବୁଧବାର ନିଜର ଏକ ରାଗଭରା ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ଯେଉଁଥିରେ ତାଙ୍କ କ୍ରୋଧଭରା ଚେହେରା ଦେଖିବାକୁ ମିଳୁଛି।

ଫଟୋକୁ ସେୟାର କରି ସେ ଲେଖିଛନ୍ତି, ‘ମିଜାଜରେ ଟିକେ ରାଗ ରହିବା ଦରକାର ଜନାବ। ଲୋକ ସମୁଦ୍ର ପାଣି ବି ପିଇକି ଶେଷ କରିଦେଇଥାଆନ୍ତେ ଯଦି ତାହା ଲୁଣିଆ ନହୋଇଥାଆନ୍ତା ।’ ସେହିପରି ସେ ଆଉ ଏକ ଟ୍ବିଟରେ ଲେଖିଛନ୍ତି, ‘କେବେ କେବେ ଆମର ପରୀକ୍ଷା, ଆମ ଦୁର୍ବଳତାକୁ ଦେଖାଇବା ପାଇଁ ନିଆଯାଏ ନାହିଁ । ପରୀକ୍ଷା ନିଆଯାଇଥାଏ ଆମ ଶକ୍ତିକୁ ଦେଖାଇବା ପାଇଁ।’

ବର୍ତ୍ତମାନ ଅମିତାଭଙ୍କ ଏହି ଟ୍ବିଟ ଖୁବ୍ ଭାଇରାଲ ହେବାରେ ଲାଗିଛି । ପ୍ରଶଂସକ ତାଙ୍କ ଟ୍ବିଟ ଉପରେ ଅନେକ ପ୍ରଶ୍ନ ମଧ୍ୟ ପଚାରିବାରେ ଲାଗିଛନ୍ତ । ଆପଣ ମଧ୍ୟ ପଢନ୍ତୁ ତାଙ୍କ ଏହି ଟ୍ବିଟ...

ଫଟୋ ସୌଜନ୍ୟ: ଟ୍ବିଟର@ଅମିତାଭ ବଚ୍ଚନ

ABOUT THE AUTHOR

...view details