ଓଡିଶା

odisha

ETV Bharat / sitara

ଅମିତାଭଙ୍କ ‘ଗୁଲାବୋ-ସିତାବୋ’ ଚ୍ୟାଲେଞ୍ଜ, ଗ୍ରହଣ କଲେ ଏହି ଷ୍ଟାର୍ସ

ସୋସିଆଲ ମିଡିଆରେ ଭାଇରାଲ ହେଲା ଅମିତାଭ ବଚ୍ଚନଙ୍କ ନୂଆ ଚ୍ୟାଲେଞ୍ଜ । ଏଥର ସେ ନିଜ ଅଭିନୀତ ଫିଲ୍ମ ‘ଗୁଲାବୋ ସିତାବୋ’ ଚ୍ୟାଲେଞ୍ଜ ସମସ୍ତଙ୍କୁ ଦେଇଛନ୍ତି ।

By

Published : Jun 11, 2020, 2:50 PM IST

ଫଟୋ ସୌଜନ୍ୟ: ଇଟିଊି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଊି ଭାରତ, ବ୍ୟୁରୋ

ମୁମ୍ବାଇ: ମହାନାୟକ ଅମିତାଭ ବଚ୍ଚନ ଓ ଆୟୁଷ୍ମାନ ଖୁରାନାଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ଗୁଲାବୋ ସିତାବୋ’ ଆସନ୍ତା କାଲି(ଶୁକ୍ରବାର) ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ । ଯାହାକୁ ନେଇ ଉତ୍ସାହିତ ଦର୍ଶକ । ଇତିମଧ୍ୟରେ ଫିଲ୍ମକୁ ପ୍ରମୋଟ କରିବା ପାଇଁ ଅମିତାଭ ‘ଗୁଲାବୋ ସିତାବୋର’ ଚ୍ୟାଲେଞ୍ଜ ଆରମ୍ଭ କରିଛନ୍ତି । ଯେଉଁଥିରେ ‘ଗୁଲାବୋ କି ଖଟର-ପଟର ସେ ତିତର-ବିତର ସିତାବୋ’ ‘ସିତାବୋ କେ ଅଗର-ମଗର ସେ ଉଥଲ-ପୁଥଲ ଗୁଲାବୋ’ ଏହି ଲାଇନକୁ ବିନା ଅଟକି 5 ଥର କହିବାକୁ ପଡିବ ।

ଅମିତାଭଙ୍କ ଏହି ଚ୍ୟାଲେଞ୍ଜକୁ ବଲିଉର ଅନେକ ସେଲିବ୍ରିଟି ଗ୍ରହଣ କରିଛନ୍ତି । ଏହି ଲାଇନ୍ସକୁ କହୁଥିବା ସମୟରେ ଷ୍ଟାର୍ସ ନିଜ ଭିଡିଓ ସୋସିଆଲ ମିଡିଆରେ ସେୟାର ମଧ୍ୟ କରିଛନ୍ତି । ସର୍ବ ପ୍ରଥମେ ଆୟୁଷ୍ମାନ ଓ ଭୂମି ପେଡନେକର ଏହି ଚ୍ୟାଲେଞ୍ଜ ଗ୍ରହଣ କରିଛନ୍ତି । ଆଉ ସଠିକ୍ ରୂପେ ଏହାକୁ ପୂରଣ ମଧ୍ୟ କରିଛନ୍ତି । ଏହାପରେ ଏହି ଦୁଇ ଷ୍ଟାର ଏହାକୁ ଅନ୍ୟ ଷ୍ଟାର୍ସଙ୍କ ସହ ଟ୍ୟାଗ କରି ଚ୍ୟାଲେଞ୍ଜ ଗ୍ରହଣ କରିବାକୁ କହିଛନ୍ତି ।

ସେହିପରି ଏହି କ୍ରମରେ ସାମିଲ ଅଛନ୍ତି କରନ ଜୋହର, ବରୁଣ ଧୱନ, ରାଜକୁମାର ରାଓ ଭଳି କଳାକାର । ଦେଖନ୍ତୁ ଭିଡିଓ...

ABOUT THE AUTHOR

...view details