ଓଡିଶା

odisha

ଏପ୍ରିଲରେ ନୁହେଁ ଜୁଲାଇରେ ଆସିବ ‘ଚେହରେ’

ଘୁଞ୍ଚିଲା ଇମରାନ ହାସମୀ ଓ ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ଚେହରେ’ ରିଲିଜ ତାରିଖ । ସୂଚନା ଦେଲେ ଫିଲ୍ମ କ୍ରିଟିକ ତରଣ ଆଦର୍ଶ ।

By

Published : Jan 21, 2020, 2:31 PM IST

Published : Jan 21, 2020, 2:31 PM IST

chehre gets new release date
ଫଟୋ ସୌଜନ୍ୟ: ଟ୍ବିଟର@ତରଣ ଆଦର୍ଶ

ମୁମ୍ବାଇ: ବିଗ ବି ଅମିତାଭ ବଚ୍ଚନ ବର୍ତ୍ତମାନ ନିଜର ଅନେକ ପ୍ରୋଜେକ୍ଟକୁ ନେଇ ଖୁବ୍ ବ୍ୟସ୍ତ । ଆୟୁଷ୍ମାନ ଖୁରାନାଙ୍କ ସହ ସେ ଫିଲ୍ମ ‘ଗୁଲାବୋ ସିତାବୋ’ରେ ନଜର ଆସିବେ । ସେହିପରି ସୋମବାର ତାଙ୍କ ଆଗାମୀ ଫିଲ୍ମ ‘ଝୁଣ୍ଡ’ର ଫାଷ୍ଟଲୁକ ପୋଷ୍ଟର ଜାରି କରିଥିଲେ ମେକର୍ସ । ଫିଲ୍ମରେ ସେ ଜଣେ ଅବସରପ୍ରାପ୍ତ ଫୁଟବଲ ଟ୍ରେନ ଭୂମିକାରେ ଅଭିନୟ କରୁଛନ୍ତି । ଏହି ଦୁଇ ଫିଲ୍ମ ବ୍ୟତୀତ ପ୍ରଥମଥର ସେ ବି-ଟାଉନର ସିରିୟଲ କିସର ଇମରାନ ହାସମୀଙ୍କ ଚର୍ଚ୍ଚିତ ଫିଲ୍ମ ‘ଚେହରେ’ ନଜର ଆସିବେ ।

ଫଟୋ ସୌଜନ୍ୟ: ଟ୍ବିଟର@ତରଣ ଆଦର୍ଶ

ଦୀର୍ଘ ସମୟରୁ ଏହି ଫିଲ୍ମ ଚର୍ଚ୍ଚାରେ ରହିଆସୁଛି । କାରଣ ପ୍ରଥମଥର ପରଦାରେ ଦୁଇ ଫେମସ ଷ୍ଟାରଙ୍କୁ ଦେଖିବାକୁ ଯାଉଛନ୍ତି ଦର୍ଶକ । ଫିଲ୍ମକୁ ନେଇ ଦର୍ଶକ ଖୁବ୍ ଏକ୍ସାଇଟେଡ । ଇତିମଧ୍ୟରେ ‘ଚେହରେ’ର ନୂଆ ରିଲିଜ ତାରିଖ ସାମ୍ନାକୁ ଆସିଛି ।

ପୂର୍ବରୁ ମେକର୍ସ ଯୋଜନା କରିଥିଲେ ଯେ ଫିଲ୍ମକୁ ଏପ୍ରିଲ 24ରେ ରିଲିଜ କରିବାକୁ । ହେଲେ କିଛି ସମସ୍ୟା ପାଇଁ ବର୍ତ୍ତମାନ ଫିଲ୍ମର ରିଲିଜ ତାରିଖ ଘୁଞ୍ଚାଇ ଦେଇଛନ୍ତି ମେକର୍ସ । ଏବେ ଫିଲ୍ମ ଏପ୍ରିଲ ନୁହେଁ ଜୁଲାଇ 17ରେ ରିଲିଜ ହେବାକୁ ଯାଉଛି । ଯାହାକୁ ନେଇ ଦର୍ଶକ ନିରାଶ ନଜର ଆସୁଛନ୍ତି ।

ଏହାର ସୂଚନା ଦର୍ଶକଙ୍କୁ ଫିଲ୍ମ କ୍ରିଟିକ ତରଣ ଆଦର୍ଶ ଟ୍ବିଟରରେ ଏକ ପୋଷ୍ଟ ଜରିଆରେ ଦେଇଛନ୍ତି । ସେ ପୋଷ୍ଟରେ ଲେଖିଛନ୍ତି, ‘ଅମିତାଭ ବଚ୍ଚନ ଓ ଇମରାନ ହାସମୀ ଷ୍ଟାରର ଚେହରେ ଫିଲ୍ମର ନୂଆ ରିଲିଜ ତାରିଖ । ଜୁଲାଇ 17ରେ ରିଲିଜ ହେବାକୁ ଯାଉଛି ଏହି ଫିଲ୍ମ । ଫିଲ୍ମ ତାରିଖ ପରିବର୍ତ୍ତନ କରାଯିବା କାରଣ ହେଲା ଗୁଲାବୋ ସିତାବୋ ଫିଲ୍ମ ମେକର୍ସଙ୍କ ଅନୁରୋଧ । କାରଣ ଏପ୍ରିଲ 24ରେ ଅମିତାଭଙ୍କ ଗୁଲାବୋ ସିତାବୋ ରିଲିଜ ହେବାକୁ ଯାଉଛି । ଯଦି ଚେହରେର ରିଲିଜ ତାରିଖ ପରିବର୍ତ୍ତନ କରା ନଯାଇଥାଆନ୍ତା ତେବେ ଗୋଟିଏ ଦିନ ବକ୍ସ ଅଫିସରେ ମୁହାଁମୁହିଁ ହୋଇଥାଆନ୍ତା ଏହି ଦୁଇ ଫିଲ୍ମ ।’

ଏହି ଥ୍ରିଲର ଡ୍ରାମା ଫିଲ୍ମର ସୁଟିଂ ଗତ ବର୍ଷ ଡିସେମ୍ବର 20ରେ ଶେଷ କରିଥିଲେ ଷ୍ଟାରକାଷ୍ଟ । ଅମିତାଭ ଓ ଇମରାନଙ୍କ ବ୍ୟତୀତ କ୍ରିତି ଖରବନ୍ଦା ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ସେହିପରି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ରୁମି ଜାଫରୀ ତୁଲାଇଥିବା ବେଳେ ପ୍ରଯୋଜନା କରିଛନ୍ତି ଆନନ୍ଦ ପଣ୍ଡିତ ।

ABOUT THE AUTHOR

...view details