ନୂଆଦିଲ୍ଲୀ: କୋରୋନା ସହ ଲଢୁଛନ୍ତି ବଲିଉଡର ବଚ୍ଚନ ପରିବାର । ମହାମାରୀରେ ବିଗ୍ ବି, ପୁଅ ଅଭିଷେକ ଓ ବୋହୂ ଐଶର୍ଯ୍ୟ ଓ ନାତୁଣୀ ଆରାଧ୍ୟ ମଧ୍ୟ ପୀଡିତ ଥିଲେ। ସମସ୍ତେ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତେବେ ଫ୍ୟାନ୍ସଙ୍କ ଶୁଭେଚ୍ଛା ଓ ଶୁଭକାମନା ପାଇଁ ସମସ୍ତେ ଏବେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି।
ବୋହୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ନାତୁଣୀ ଆରାଧ୍ୟାଙ୍କ କୋଭିଡ୍ ରିପୋର୍ଟ ନେଗେଟିଭ୍ ଆସିବା ପରେ ମେଗାଷ୍ଟାର ଅମିତାଭ ବଚ୍ଚନ ସମସ୍ତଙ୍କୁ କୃତଜ୍ଞତା ଜଣାଇ ଦୀର୍ଘ ନିଶ୍ୱାସ ତ୍ୟାଗ କରିଥିଲେ। ନିଜର ଆଖିର ଅଶ୍ରୁକୁ ରୋକି ପାରିନଥିଲେ। ଭାବବିହ୍ବଳ ହୋଇପଡିବା ସହ ଖୁସିରେ ଆତ୍ମହରା ହୋଇପଡିଥିଲେ।
''ବିଗ ବି ଟ୍ବିଟରକୁ ଯାଇ ଏହି ଶୁଭ ଖବର ଲେଖିଥିଲେ, ଆମାର ଛୋଟ ଝିଅ ଓ ବୋହୂରାଣୀ ଏବେ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ମୁଁ ମୋର ଆଖିର ଲୁହକୁ ରୋକି ପାରୁ ନାହିଁ, ହାତ ଯୋଡି ଭଗବାନଙ୍କୁ ଧନ୍ୟ ଦେବା ସହ, ପ୍ରଭୁ ତୋର କୃପା ଅପାର ବୋଲି, ଅମିତାଭ ଲେଖିଥିଲେ।'' ସୋମବାର, ଜୁଲାଇ 27 ରେ ନାନାବତୀ ଡାକ୍ତରଖାନାରୁ ଉଭୟଙ୍କୁ ଡିସଚାର୍ଜ କରାଯାଇଛି।
ଏହି ସମୟରେ ଅମିତାଭ ଏବଂ ପୁଅ ଅଭିଷେକ ଡାକ୍ତରଖାନାରେ ରହିଛନ୍ତି। ଶେଷରେ ଟ୍ୱିଟରରେ ଏହା ବିଷୟରେ ସୂଚନା ଦେଇଥିଲେ। "ତୁମର ନିରନ୍ତର ପ୍ରାର୍ଥନା ଏବଂ ଶୁଭେଚ୍ଛା ପାଇଁ ସମସ୍ତଙ୍କୁ ଧନ୍ୟବାଦ। ଐଶ୍ୱର୍ଯ୍ୟା ଏବଂ ଆରାଧ୍ୟା ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି। ସେମାନେ ବର୍ତ୍ତମାନ ଘରେ ରହିବେ। ମୁଁ ଏବଂ ମୋ ବାପା ଡାକ୍ତରଖାନାରେ ଚିକିତ୍ସିତ ହେଉଛୁ ବୋଲି ଅଭିଷେକ ଟ୍ବିଟରେ ସୂଚନା ଦେଇଛନ୍ତି।"
ଜୁଲାଇ 11 ରେ ବିଗ୍ ବି ଏବଂ ଅଭିଷେକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କର କୋରୋନାଭାଇରସ୍ ପରୀକ୍ଷା ପରେ, ବଚ୍ଚନ ନିବାସ 'ଜାଲସା'କୁ ମଧ୍ୟ ଏକ କଣ୍ଟେନମେଣ୍ଟ ଜୋନ୍ ଘୋଷିତ କରାଯାଇଥିଲା । ପ୍ରକାଶ ଥାଉକି, ସପ୍ତାହକ ମଧ୍ୟରେ, ବ୍ରିହାନୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି) ଜାଲସାକୁ କୋଭିଡ୍ 19 କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଥିବା ପୋଷ୍ଟରକୁ ହଟାଇଥିଲା।