ଓଡିଶା

odisha

ETV Bharat / sitara

ବିଗ-ବିଙ୍କ ବଙ୍ଗଳା ଉପରେ ଚଢିବ ବୁଲଡୋଜର ! - prateeksha

ଅମିତାଭ ବଚ୍ଚନଙ୍କ ବଙ୍ଗଳାର କିଛି ଅଂଶ ଭାଙ୍ଗିବାକୁ ଯାଉଛି ମୁମ୍ବାଇ ମହାନଗରପାଳିକା । ଏହାକୁ ପୂର୍ବରୁ ଜାରି ହୋଇଥିଲା ନୋଟିସ୍ । ଏଯାବତ ନୋଟିସକୁ ନେଇ ଅମିତାଭଙ୍କ କୌଣସି ଅଧିକାରିକ ବୟାନ ସାମ୍ନାକୁ ଆସିନାହିଁ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ଅମିତାଭ ବଚ୍ଚନ

By

Published : May 3, 2019, 10:38 PM IST

ମୁମ୍ବାଇ: ବଲିଉଡର ମହାନାୟକ ଅମିତାଭ ବଚ୍ଚନଙ୍କ ଆଲିଶାନ ବଙ୍ଗଳା ମୁମ୍ବାଇର ଶାନ ହୋଇସାରିଛି । ଯେବେ କେହି ମଧ୍ୟ ମୁମ୍ବାଇ ଆସୁଛନ୍ତି ତେବେ ତାଙ୍କ ଇଚ୍ଛା ହୋଇଥାଏ କି ସେ ଥର ବିଗ-ବିଙ୍କ ବଙ୍ଗଳାର ଝଲକ ବାହାରୁ ଦେଖିବେ । ଯଦି ଆପଣ ମଧ୍ୟ ଏପରି ଇଚ୍ଛା ରଖୁଛନ୍ତି ତେବେ ହୁଏତଃ ଏହି ଖବର ଆପଣଙ୍କୁ ନିରାଶ କରିପାରେ । ଖବରଟି ହେଲା କି ମୁମ୍ବାଇ ମହାନଗରପାଳିକାର ହାତୁଡି ଅମିତାଭଙ୍କ ବଙ୍ଗଳା ଉପରେ ପଡିପାରେ ।

ଶୁଣିବାକୁ ମିଳୁଛି ଯେ ବିଗ-ବିଙ୍କ 'ପ୍ରତୀକ୍ଷା' ବଙ୍ଗଳାର କମ୍ପାଉଣ୍ଡକୁ ମୁମ୍ବାଇ ମହାନଗରପାଳିକା ଖୁବ୍ ଶୀଘ୍ର ଭାଙ୍ଗିବାକୁ ଯାଉଛି । ଏହି ମାମଲାଟି ଗୋଟିଏ ବର୍ଷ ପୁରୁଣା । କଥାଟି ହେଲା କି ମୁମ୍ବାଇ ଜୁହୁର ସନ୍ତ ଜ୍ଞାନେଶ୍ବର ମାର୍ଗରେ ଅମିତାଭଙ୍କ 'ପ୍ରତୀକ୍ଷା' ବଙ୍ଗଳା ଅବସ୍ଥିତ । ଏହି ମାର୍ଗର ଚଉଡା 45 ଫୁଟ । କିଛି ବର୍ଷ ପୂର୍ବରୁ ମନପା ଏହାକୁ 60 ଫୁଟ ଚଉଡା କରିବାର ନିଷ୍ପତ୍ତି ନେଇଥିଲା । ଏହାପାଇଁ ଅମିତାଭଙ୍କ ସହ ଅନେକ ଶିଳ୍ପପତିଙ୍କୁ ମନପା ପ୍ରଶାସନ ପକ୍ଷରୁ ନୋଟିସ ମଧ୍ୟ ପଠାଯାଇଥିଲା ।

ମନପା ନୋଟିସ ଉପରେ ସତ୍ୟମୂର୍ତ୍ତି ନାମକ ଜଣେ ବ୍ୟକ୍ତି ହାଇକୋର୍ଟରେ ଯାଚିକା ଦାଖଲ କରିଥିଲେ । ଏହି ଯାଚିକା ପାଇଁ ସେହି ସମୟରେ ମାର୍ଗକୁ ଚଉଡା କରିବା କାମ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ଏବେ ହାଇକୋର୍ଟ କାମ ସ୍ଥଗିତ ରଖିବା ସତ୍ୟମୂର୍ତ୍ତିଙ୍କ ଯାଚିକାକୁ ଖଣ୍ଡନ କରିଛନ୍ତି । ଯାଚିକା ଖଣ୍ଡନ ହେବା ପରେ ଏବେ ମନପା ପ୍ରଶାସନ ପୁଣିଥିରେ ରାସ୍ତାକୁ ଚଉଡା କରିବା କାମ ଆରମ୍ଭ କରିଦଇଛି ।

ପ୍ରକାଶ ଥାଉକି ଏଯାବତ ଅମିତାଭଙ୍କ ପକ୍ଷରୁ ନୋଟିସର ଜବାବ ଦିଆଯାଇନାହିଁ । ସୂଚନା ଅନୁଯାୟୀ ଦୁଇ ଦିନ ପୂର୍ବରୁ ସତ୍ୟମୂର୍ତ୍ତିକଙ୍କ ବଙ୍ଗଳା କାନ୍ଥ ଭାଙ୍ଗିଦିଆଯାଇଛି । ଏମିତିରେ କୁହାଯାଇଛି ବିଗ-ବିଙ୍ଗ ବଙ୍ଗଳା ଉପରେ ହାତୁଡି ମାଡ ପଡିପାରେ ।

ABOUT THE AUTHOR

...view details