ମୁମ୍ବାଇ: ଶୁକ୍ରବାର ଫ୍ୟାନ୍ସଙ୍କୁ ମିଳିଲା ଗୁଡନ୍ୟୁଜ । କାରଣ ପରଦାରେ ଏକାଠି ଦେଖିବାକୁ ମିଳିବ ବିଗ ବି ଅମିତାଭ ବଚ୍ଚନ ଓ ସାଉଥର ଲୋକପ୍ରିୟ ଅଭିନେତ୍ରୀ ରଶ୍ମିକା ମନ୍ଦାନଙ୍କୁ । ଏହି ଯୋଡି ଏକତା କପୁରଙ୍କ ନିର୍ମିତ ଫିଲ୍ମ ‘ଗୁଡବାଏ’ରେ ନଜର ଆସିବେ ।
ସେପଟେ ଏହାର ଘୋଷଣା କରି ଫିଲ୍ମ ମହୁରତ ପୂଜାର କିଛି ଫଟୋ ପୋଷ୍ଟ କରିଛନ୍ତି ଏକତା । ଏହି ଅବସରରେ ଏକତା ପୋଷ୍ଟରେ ଲେଖିନ୍ତି, ‘ଗୁଡବାଏର ମହୁରତ ସୁଟ୍ ଆରମ୍ଭ । ପରିଶେଷରେ ସେହି ସମୟ ଆସିଯାଇଛି, ଯାହାଙ୍କ ସହ ମୁଁ ଦୀର୍ଘ ସମୟରୁ କାମ କରିବାକୁ ଚାହୁଁଥିଲେ । ଯାହାଙ୍କ ସହ ମୁଁ ପିଲାବେଳେ ସମୟ ବିତାଇଥିଲେ । ସେ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ସମସ୍ତଙ୍କ ଫେଭରେଟ ଅମିତାଭ ବଚ୍ଚନ । ମୋ ପାଇଁ ଗୌରବର ବିଷୟ । ନୂଆ ଯାତ୍ରାଙ୍କୁ ଆପଣଙ୍କ ସ୍ବାଗତ ସାର୍।’ ଖାଲି ଏତିକି ନୁହେଁ ଅମିତାଭଙ୍କ ସହ ନିଜ ପିଲାବେଳେର ଏକ ଥ୍ରୋବ୍ୟାକ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି ଏକତା ।