ଓଡିଶା

odisha

ETV Bharat / sitara

‘ଏକ କଦମ ଇନସାନିୟତ କି ଔର’ - କୋରୋନା ଯୋଦ୍ଧାଙ୍କ ସାହସ ବଢାଇଲେ ଅମିତାଭ ବଚ୍ଚନ

ସାମାଜିକ ଦୂରତା ବନାଇ ରଖ, ହାତ କାହା ସହ ମିଶାଅ ନାହିଁ । ହେଲେ ନିଜ ମନରୁ କେବେ ମାନବିକତା ଭୁଲ ନାହିଁ ବୋଲି ଦୁଃଖଭରା କବିତାରେ ଜଣାଇଲେ ଅମିତାଭ ବଚ୍ଚନ...

ଡିଜାଇନ ଫଟୋ
ଡିଜାଇନ ଫଟୋ

By

Published : Apr 27, 2020, 1:09 PM IST

ମୁମ୍ବାଇ: ବିଶ୍ବରେ କୋରୋନା ଭାଇରସ ବିରୋଧରେ ଲଢେଇ ଦେଖିବାକୁ ମିଳୁଛି। ଏମିତି ପରିସ୍ଥିତିରେ ବଲିଉଡ ସେଲିବ୍ରିଟି ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ ଘରେ ରହିବାକୁ ଅପିଲ କରିବାରେ ଲାଗିଛନ୍ତି। ଏହାସହ ପରସ୍ପରର ସାହାଯ୍ୟ କରିବାକୁ ସଚେତନା ବାର୍ତ୍ତା ମଧ୍ୟ ବାଣ୍ଟୁଛନ୍ତି। ଏହି କ୍ରମରେ ସାମିଲ ଅଛନ୍ତି ମହାନାୟକ ଅମିତାଭ ବଚ୍ଚନ। ସେ ପୁଣିଥରେ ଭିଡିଓ ସେୟାର କରି କୋରୋନା ଯୋଦ୍ଧାଙ୍କ ସାହସ ବଢାଇବାକୁ ଚେଷ୍ଟା କରିଛନ୍ତି।

ଫଟୋ ସୌଜନ୍ୟ: ଟ୍ବିଟର@ଅମିତାଭ ବଚ୍ଚନ

ଟ୍ବିଟରେ ସେୟାର କରିଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ସେ ଭାବବିହ୍ବଳ କଣ୍ଠରେ ଏକ କବିତା ପଢୁଥିବାର। ଏହା ଜରିଆରେ ସେ ପରସ୍ପରକୁ ସାହାଯ୍ୟ କରିବାକୁ ପରାର୍ମଶ ଦେଇଛନ୍ତି। ସେହିପରି ଏହାର କ୍ୟାପସନରେ ଲେଖିଛନ୍ତି, ‘ଏକ କଦମ ଇନସାନିୟତ କି ଔର।’ ତାଙ୍କ ଏହି ଦୁଃଖଭରା କବିତା ଶୁଣି ଆପଣ ମଧ୍ୟ କାନ୍ଦିପକାଇବେ।

ଫଟୋ ସୌଜନ୍ୟ: ଟ୍ବିଟର@ଅମିତାଭ ବଚ୍ଚନ

ପ୍ରକାଶ ଥାଉକି ଏହାପୂର୍ବରୁ ସେ ଅନେକ ଭିଡିଓ, କବିତା ଜରିଆରେ ସଚେତନା ବାର୍ତ୍ତା ମଧ୍ୟ ବାଣ୍ଟି ସାରିଛନ୍ତି । ଆଉ ଦାନ ମଧ୍ୟ କରିଛନ୍ତି ହେଲେ ସେ କେତେ ଟଙ୍କା କାହାକୁ ଧାନ କରିଛନ୍ତି ତାର କୌଣସି ଘୋଷଣା କରିନାହାଁନ୍ତି।

ABOUT THE AUTHOR

...view details